ଉତ୍ତରପ୍ରଦେଶ : ୧୫ ଶିଶୁଙ୍କୁ ପଣବନ୍ଦୀ କଲା ଦୁର୍ବୃତ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ପ୍ରାୟ ୧୫କୁ ଅଧିକ ଶିଶୁ ଓ କେତେକ ମହିଳାଙ୍କୁ ଏକ ଘରେ ବନ୍ଦ କରି ରଖିଛି । ସେମାନଙ୍କୁ ଉଦ୍ଧାର କରିଗଲେ ଗୁଳି ଚଳାଉଛି । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଫାରୁକାବାଦରେ ଥିବା ଏକ ଘରେ ଏହି ଶିଶୁମାନଙ୍କୁ ସଂପୃକ୍ତ ବ୍ୟକ୍ତି ବନ୍ଦ କରି ରଖିିଛି । ଜନ୍ମଦିନ ପାଳନ କରିବାକୁ ସେ ପିଲାମାନଙ୍କୁ ଡାକି ତାଲା ପକାଇଦେଇଥିବା ଜଣାପଡ଼ିଛି । ତାକୁ ବୁଝାଇବାକୁ ଯାଇଥିବା ଗ୍ରାମର ମୁଖିଆଙ୍କ ଉପରକୁ ସେ ଗୁଳିଚଳାଇବାରୁ ସେ ଫେରିଆସିଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ଉକ୍ତ ଘରକୁ ଘେରିଯାଇଛି ।

ବନ୍ଧକ ରଖିଥିବା ବ୍ୟକ୍ତିର ନାମ ସୁଭାଷ ଗୌତମ ଓ ତାହାର ପୂର୍ବରୁ ଅପରାଧିକ ପୃଷ୍ଠଭୂମି ଥିବା ଜଣାପଡ଼ିଛି । ଶେଷ ଖବର ମିଳିବା ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିଛି ।

ସମ୍ବନ୍ଧିତ ଖବର