ଆମ୍ବୁଲାନ୍ସ ନ ମିଳିବାରୁ ଦୁଇ ବର୍ଷୀୟ ପୁଅର ମୃତଦେହ ଧରି ୨୨୦କିଲୋମିଟର ଚାଲିଲେ ବାପା

ଜମ୍ମୁ : ଜମ୍ମୁରେ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ନ ମିଳିବାରୁ ନିଜ ଦୁଇ ବର୍ଷୀୟ ପୁଅକୁ କାନ୍ଧରେ ବୋହି ୨୨୦କିଲୋମିଟର ଚାଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଗରୁ ଏଭଳି ଅନେକ ଘଟଣା ଦେଶର କୋଣଅନୁକୋଣରେ ଘଟି ସାରିଥିଲେ ମଧ୍ୟ ଏ ନେଇ ସରକାର କୌଣସି ସ୍ଥାୟୀ ଉପାୟ ବାହାର କରିପାରି ନାହାନ୍ତି ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।

jansatta.com

ସୂଚନା ମୁତାବକ,ପେଟ ପୋଷିବା ପାଇଁ ଦିନ ମଜୁରିଆ ଭାବରେ କାମ କରୁଥିବା ମହମ୍ମଦ ସୁଲ୍‌ତାନଙ୍କ ପୁଅ ମନାନଙ୍କ ସ୍ୱାସ୍ଥ୍ୟାବସ୍ଥା କିଛି ଦିନ ହେବ ଖରାପ ରହିଥିଲା । ମହମ୍ମଦ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାରେ ମନାନଙ୍କ ଚିକିତ୍ସା କରାଇଥିଲେ । ଅବସ୍ଥା ଧିରେ ଧିରେ ଖରାପ ହେବାରୁ ମହମ୍ମଦ ମନାନଙ୍କୁ ଧରି କିସ୍ତଓ୍ଵାଡ଼୍‍ରୁ ଜମ୍ମୁରେ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଚିକିତ୍ସା କରାଇବାର କିଛି ସମୟ ପରେ ମନାନଙ୍କ ମୃତ୍ୟୁ ହୋଇଥିଲା । ଘରକୁ ଫେରିବା ପାଇଁ ମହମ୍ମଦ ଆମ୍ବୁଲାନ୍ସ ପାଇଁ କହିଥିବା ବେଳେ ଆମ୍ବୁଲାନ୍ସକୁ ଦେବା ପାଇଁ ହସ୍ପିଟାଲ ତରଫରୁ ମନା କରି ଦିଆଯାଇଥିଲା । ଯାହା ପରେ ମହମ୍ମଦଙ୍କ କାନ୍ଧରେ ଧରି ୨୨୦କିଲୋମିଟର ଚାଲିବାକୁ ବାଧ୍ୟ ହୋଇଥିଲେ ।

ସମ୍ବନ୍ଧିତ ଖବର