ହିନ୍ଦୋନ୍‌ ବାୟୁସେନା ଆଡ୍ଡାକୁ ପ୍ରବେଶ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଗୁଳିରେ ଜଖମ କଲେ ନିରାପତ୍ତା ବଳ

ଗାଜିଆବାଦ: ମଙ୍ଗଳବାର ମଧ୍ୟରାତ୍ରୀରେ ଗାଜିଆବାଦସ୍ଥିତ ବାୟୁସେନାର ହିନ୍ଦୋନ୍‌ ଆଡ୍ଡାର ପାଚେରି ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ନିରାପତ୍ତା ବଳ ଗୁଳି ଚଳାଇବାରୁ ସେ ଆହତ ହୋଇଛନ୍ତି।

ସୁଜିତ ନାମଧ୍ୟେୟ ସେ ଲୋକଟିର ଚିକିତ୍ସା ନିମନ୍ତେ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ୨୫ ବର୍ଷିୟ ସୁଜିତ ଉତ୍ତରପ୍ରଦେଶ ଅନ୍ତର୍ଗତ ପ୍ରତାପଗଡ଼ର ବାସିନ୍ଦା ଗତ ତିନି ବର୍ଷ ହେବ ସେ ଆନନ୍ଦ ବିହାର ଅଞ୍ଚଳରେ ବସବାସ କରି ଆସୁଛି। ପାଚେରି ନ ଡେଇଁବାକୁ ନିରାପତ୍ତା ବଳ ତାଙ୍କୁ ସତର୍କ କରାଇ ଦେଇଥିଲେ ମଧ୍ୟ ସେ ସେମାନଙ୍କ କଥା ଶୁଣି ନ ଥିଲେ। ତାଙ୍କୁ ଅଚଳ କରିବାକୁ ତାଙ୍କ ଗୋଡ଼କୁ ଗୁଳି ମାଡ଼ କରାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ରାକେଶ କୁମାର ସିଂହ କହିଛନ୍ତି।

ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି ଯେ ବାୟୁସେନା ଆଡ୍ଡା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପୂର୍ବରୁ ସେମାନଙ୍କ ପାଖରେ ଗୁଇନ୍ଦା ବିଭାଗର ସୂଚନା ଥିଲା।

ହିନ୍ଦୋନ୍‌ ବାୟୁସେନା ଆଡ୍ଡା ପାଚେରି ଡେଇଁବାକୁ ଉଦ୍ୟମ କରିଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ଆେଉ କେବେ ସେପରି କରିବ ନାହିଁ ବୋଲି କହିଛି।

ମୋ ପାଖରେ ଖାଇବାକୁ କିଛି ନ ଥିଲା। ମୁଁ ସେଠାକୁ ଯାଇ ବସି ଥାଆନ୍ତି। ଆଉ ମୁଁ ସେମିତି କରିବି ନାହିଁ ବୋଲି ସାମ୍ବାଦିକମାନଙ୍କୁ ସୁଜିତ କହିଛି।
ପରେ ବାୟୁସେନାର ଅଧିକାରୀମାନେ ଉତ୍ତରପ୍ରଦେଶ ପୁଲିସକୁ ଘଟଣା ସଂକ୍ରାନ୍ତରେ ସବୁ କଥା ଜଣାଇଥିଲେ। ଏ ପରି ଘଟଣା ଦୃଷ୍ଟିରୁ ପୁଲିସ ଏବଂ ଅନ୍ୟାନ୍ୟ ନିରାପତ୍ତା ଏଜେନ୍‌ସିମାନେ ହାଇ ଆଲର୍ଟରେ ଅଛନ୍ତି।

ସମ୍ବନ୍ଧିତ ଖବର