ଜୀବହତ୍ୟା ନ କରି ମାଂସ ଖାଇହେବ! ୬୬ ପ୍ରତିଶତ ଲୋକ ଏହି ‘ଅହିଂସା ମାଂସ’ ଖାଇବାକୁ ପସନ୍ଦ କରୁଛନ୍ତି: ମାନେକା ଗାନ୍ଧୀ

ନୂଆଦିଲ୍ଲୀ : କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧୀ ଜଣେ ପ୍ରାଣୀ ପ୍ରେମୀ ଓ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣର ବିରୋଧୀ ଭାବେ ଜଣାଶୁଣା। ସେ ଆମିଷ ପ୍ରିୟଙ୍କୁ ଜୀବ ହତ୍ୟା ବିନା କିପରି ମାଂସ ଖାଇହେବ ତା’ର ସୂତ୍ର ବତାଇଛନ୍ତି। ଜୀବହତ୍ୟା କରି ମାଂସ ଖାଇବା ପରିବର୍ତେ ପ୍ରୟୋଗଶାଳାରେ କୃତ୍ରିମ ଉପାୟରେ ପ୍ରସ୍ତୁତ ହେଉଥିବା ମାଂସ ଖାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ । ମାଂସ ଖାଇବା ପାଇଁ ଜୀବହତ୍ୟା ବା ହିଂସାର ସାହାରା ନିଆ ଯାଉଥିବା ବେଳେ କୃତ୍ରିମ ମାଂସ ପାଇଁ ଜୀବହତ୍ୟା କରିବାକୁ ପଡ଼ିନଥାଏ ବୋଲି ସେ କହିଛନ୍ତି। ଫ୍ୟୁଚର୍ ଅଫ୍ ପ୍ରୋଟିନ୍ ଶୀର୍ଷକରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ସେ ଦେଇଛନ୍ତି।

The Indian Express

ଶ୍ରୀମତୀ ଗାନ୍ଧୀଙ୍କ ମତରେ, କୃତ୍ରିମ ମାଂସ ହେଉଛି ଅହିଂସାର ପରିପନ୍ଥୀ ଓ ଏଥିରେ ସାଧାରଣ ମାଂସ ପରି ସମସ୍ତ ପୋଷକ ତତ୍ୱ ରହିଥାଏ । ସୂଚନା, ପ୍ରଯୁକ୍ତି ବିଦ୍ୟା ଓ ବିଦ୍ୟୁତ ପରେ କୃତ୍ରିମ ବା ଅହିଂସା ମାଂସ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର । ଏକ ସର୍ଭେରୁ ୬୬ ପ୍ରତିଶତ ଲୋକ କୃତ୍ରିମ ମାଂସ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି ସେ ତଥ୍ୟ ଦେଇଛନ୍ତି । ସେହିଭଳି ଏହାର ବଜାର ପ୍ରବେଶ ଓ ବାଣିଜ୍ୟିକ ପ୍ରୟୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ୍ କରିଛନ୍ତି । ପରିବେଶବିତ୍ ଓ ଜୀବପ୍ରେମୀ ଭାବେ ମାନେକା ଗାନ୍ଧୀ ଜୀବହତ୍ୟା ବିରୋଧରେ ପୂର୍ବରୁ ସକ୍ରିୟ ଭାବେ ସ୍ୱର ଉତୋଳନ କରିଆସୁଛନ୍ତି । ତେବେ ଏହା ଜାଣିବାପରେ ଲୋକମାନଙ୍କ ମଧ୍ୟରେ କୃତ୍ରିମ ମାଂସକୁ ନେଇ ଉତ୍କଣ୍ଠା ଜାଗ୍ରତ ହୋଇଛି ।

ସମ୍ବନ୍ଧିତ ଖବର