ହଂକଂ : ମହାବାତ୍ୟା ମାଂଖୁଟ ଗତ କାଲି ଫିଲିପାଇନ୍ସରେ ତାଣ୍ଡବ ରଚାଇବା ପରେ ଆଜି ଦକ୍ଷିଣ-ପୂର୍ବ ଚୀନରେ ସ୍ଥଳଭାଗକୁ ଛୁଇଁଛି । ଆଜି ଅପରାହ୍ନରେ ଏହା ଦକ୍ଷିଣ ଚୀନର ଘନଜନବହୁଳ ଅଂଚଳରେ ମାଡ ହୋଇଥିବାରୁ ବ୍ୟାପକ ଧନଜୀବନ ହାନୀ ଆଶଙ୍କା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Some of the videos circulating now. Madness #Manghkut pic.twitter.com/v9647Rf1zv
— David Ingles (@DavidInglesTV) September 16, 2018
ଏହା ସହିତ ଚୀନରେ ପ୍ରବଳ କ୍ଷୟକ୍ଷତି କରିଛି । ପବନର ବେଗ ଘଣ୍ଟାପ୍ରତି ୧୦୦ ମାଇଲ ( ୧୬୭ କିଲୋମିଟର) ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି । ଏହା ପୂର୍ବରୁ ହଂକଂରେ ଏହି ଟାଇଫୁନ ପ୍ରବଳ କ୍ଷୟକ୍ଷତି କରିଥିଲା ।
Super Typhoon from PH to HK#Manghkut #TyphoonManghkut #Philippines #hongkong pic.twitter.com/P6mQ5Mjmws
— masay (@3masayb) September 15, 2018
ସମୁଦ୍ରରେ ୧୨ ଫୁଟ ଢେଉ ଉଠି ସହରରେ ପଶିଯାଇଥିଲା । ଗତ କାଲି ମାଂଖୁଟ ଯୋଗୁଁ ଫିଲିପାଇନ୍ସରେ ପ୍ରାୟ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହି ଝଡ଼ର ପ୍ରଭାବରେ ପବନ ଘଣ୍ଟାପ୍ରତି ୨୦୦ ମାଇଲ ( ୩୨୫ କିଲୋମିଟର) ପର୍ଯ୍ୟନ୍ତ ବଢିଯାଇଥିଲା । ତେବେ ସ୍ଥଳଭାଗ ଛୁଇଁବା ପରେ ଏହାର ଶକ୍ତି କମିଯାଇଥିଲା ଓ ପବନର ବେଗ ଘଣ୍ଟାପ୍ରତି ୨୭୦ କିଲୋମିଟରକୁ ହ୍ରାସ ପାଇଥିଲା ।