ମାନବ ଚୋରାଚାଲାଣକାରୀଙ୍କ କବଳରୁ ଉଦ୍ଧାର ହୋଇଥିବା ୧୭୯ ଜଣ ନେପାଳୀ ବ୍ୟକ୍ତିଙ୍କୁ ନେପାଳ ସରକାରଙ୍କୁ ହସ୍ତାନ୍ତର କରିଲେ ମଣିପୁର ମୁଖ୍ୟମନ୍ତ୍ରୀ

ଇଂଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ମାନବ ଚୋରା ଚାଲାଣକାରୀଙ୍କ କବଳରୁ ଉଦ୍ଧାର ହୋଇଥିବା ୧୭୯ ଜଣ ନେପାଳୀ ବ୍ୟକ୍ତିଙ୍କୁ ନେପାଳ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିରେ ୧୪୭ ନେପାଳୀ ମହିଳା ବି ଅଛନ୍ତି। ଏହି ୧୭୯ ଜଣ ନେପାଳୀ ବ୍ୟକ୍ତିଙ୍କୁ ନେପାଳର ପରାମର୍ଶଦାତା ପ୍ରକାଶ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ର୍‌ତିନିଧି ଦଳକୁ ଅର୍ପଣ କରାଯାଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ଏହି ନେପାଳୀ ବ୍ୟକ୍ତିମାନଙ୍କୁ ଇଂଫାଲ୍‌, ମୋରେହ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବିଭିନ୍ନ ହୋଟେଲରୁ ଉଦ୍ଧାର କରାଯାଇଥିଲା।

ସେମାନଙ୍କୁ ଆଠଟି ଭିନ୍ନ ଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କେନ୍ଦ୍ରମାନଙ୍କରେ ରଖାଯାଇଥିଲା। ଉଦ୍ଧାର ହୋଇଥିବା ସେହି ନେପାଳୀଙ୍କୁ ୮ଟି ବସରେ ନେପାଳ ପଠାଗଲା। ମଣିପୁରରେ ଏତେ ସଂଖ୍ୟକ ନେପାଳୀ ଉଦ୍ଧାର ହେବା ଓ ସେମାନଙ୍କୁ ନେପାଳ ପଠାଯିବା ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ସେମାନଙ୍କୁ ଦକ୍ଷିଣ ଏସୀୟ ଓ ମଧ୍ୟ-ପୂର୍ବ ଦେଶମାନଙ୍କୁ ମିଆଁମାର୍‌ ବାଟଦେଇ ଚାଲାଣ କରାଯାଉଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର