ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବ‌ରେ ନିର୍ବାଚିତ ହେଲେ ମନମୋହନ

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟା‌ହାର କରିବାର ଧାର୍ଯ୍ୟ ସମୟ ଅତିକ୍ରମ କରିଯିବାପରେ ମନମୋହନ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବ‌ା ‌ଘୋଷଣା କରାଯା‌ଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମନମୋହନ ରାଜ୍ୟସଭାକୁ ନିର୍ବାଚିତ ହେବାନେଇ ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ବିଜେପିର ରାଜ୍ୟସଭା ସାଂସଦ ମଦନ ଲାଲ୍‌ ସାଇନିଙ୍କର ମୃତ୍ୟୁ ପରେ ବିଜେପି କୌଣସି ପ୍ରାର୍ଥୀ ନଦେବାରୁ କଂଗ୍ରେସ ଦ୍ବାରା ରାଜସ୍ଥାନରୁ ମନମୋହନଙ୍କୁ ମନୋନୀତ କରାଯା\ଇଥିଲା।

ସମ୍ବନ୍ଧିତ ଖବର