ମନମୋହନଙ୍କ ଉପସ୍ଥିତିରେ କଂଗ୍ରେସକୁ ଘେରିଲେ ମୋଦୀ

ନୂଆଦିଲ୍ଲୀ: କର୍ତାରପୁର ସାହିବ ମାମଲାରେ ଆଜି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଦଶମ ଶିଖ୍‌ ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ତମ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହି ଉପଲକ୍ଷେ ଏକ ସ୍ମାରକୀ ମୁଦ୍ରାକୁ ଆଜି ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ। ୧୯୮୪ ଶିଖ୍‌ ଦଙ୍ଗା ପାଇଁ ମୋଦୀ କଂଗ୍ରେସ ଦଳକୁ ଦାୟୀ କରି କହିଥିଲେ ଯେ ଏବେ ଶିଖ୍‌ ଦଙ୍ଗାର ପୀଡ଼ିତମାନଙ୍କୁ ନ୍ୟାୟ ମିଳୁଛି ଏବଂ ସରକାର ସତ୍ୟ ଓ ନ୍ୟାୟର ରାସ୍ତାରେ ଆଗକୁ ବଢ଼ୁଛନ୍ତି । କର୍ତାରପୁର କରିଡର ସଂପର୍କରେ ସେ କହିଥିଲେ ଯେ ୧୯୪୭ ଅଗଷ୍ଟରେ କଂଗ୍ରେସ କରିଥିବା ପାପର ପ୍ରାୟଶ୍ଚିତ ହେଉଛି ଏହି କରିଡର। ଏଥିପାଇଁ ଶିଖ୍‌ ସଂପ୍ରଦାୟ ଅନେକ ପୀଡ଼ା ସହିବାକୁ ବାଧ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର