ଭାରତ ଫେରିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ମୁମ୍ବାଇ : ଗତ ମାର୍ଚ୍ଚରୁ ଆମେରିକାରେ ରହି ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାନକ୍ରିୟାଜରେ କେତେକ ସମସ୍ୟା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ଭାରତରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଆମେରିକା ପଠାଯାଇଥିଲା । ଏବେ ସେ ସୁସ୍ଥ ହୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବାପରେ ବିଜେପି ପକ୍ଷରୁ ଆଶ୍ୱସ୍ତି ପ୍ରକାଶ ପାଇଛି । ଆଜି ସଂଧ୍ୟାରେ ସେ ମୁମ୍ବାଇରେ ପହଞ୍ଚିଛନ୍ତି । ମୁମ୍ବାଇରେ ଆଜି ରାତି ବିତେଇ ସେ ଆସନ୍ତା କାଲି ପାନାଜୀ ଅଭିମୁଖେ ଯାତ୍ରା କରିବେ । ଆସନ୍ତା କାଲି ମଧ୍ୟ ସେ ନିଜ କ୍ୟାବିନେଟର ଏକ ବୈଠକ ଡାକିଛନ୍ତି । ସେ ଆମେରିକାରେ ଚିକିତ୍ସିତ ହେଉଥିବାବେଳେ ଶାସନ ପରିଚାଳନା ପାଇଁ ଏକ କ୍ୟାବିନେଟ ପରାମର୍ଶଦାତା କମିଟି ଗଠନ କରିଥିଲେ । ଏହି କମିଟି ହିଁ ମନ୍ତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟପାଇଁ ପରାମର୍ଶ ଦେଉଥିଲା । ଏହି କମିଟିର କାର୍ଯ୍ୟ ଉପରେ ସେ ଆମେରିକାରୁ ରହି ତଦାରଖ କରୁଥିଲେ ।

ସମ୍ବନ୍ଧିତ ଖବର