ପରଲୋକରେ ପାରିକର୍‌, ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଗୋଆରେ ରାଜନୈତିକ ଅସ୍ଥିରତା

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋହର ପାରିକର୍‌ଙ୍କର ଆଜି ରାତି ୮ଟା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ପ୍ୟାନ୍‌କ୍ରିୟାଟ୍ରିକ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତେବେ, ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଗୋଆର ଏକ ବଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଏକ ହେଲ୍‌ତ ବୁଲେଟିନ୍‌ ଜାରି କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟପନ୍ନ ଆଡକୁ ଗତି କରୁଥିବା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ।

 

ପାରିକରଙ୍କର ବିୟୋଗରେ ବିଜେପିରେ ଶୋକର ଛାୟା ଖେଳିଯାଇଛି। ଏଥିସହ ଗୋଆରେ ବିଜେପି ସରକାରଙ୍କ ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କିତ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ, ପାରିକର୍‌ ଗୋଆର ମୁଖ୍ୟମନ୍ତ୍ରୀ ଅସନ ଅଳଙ୍କୃତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରହି ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଥିଲେ।

ସମ୍ବନ୍ଧିତ ଖବର