‘ଦିଲ୍ଲୀରେ ସରକାର ଆସିଲେ ଲଗାଇବୁ ୬୦ଟି ଧୂଆଁ ମୁକ୍ତ ଟାୱାର’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୮ରେ ମତଦାନ ହେବ | ଏହି ମତଦାନ ପୂର୍ବରୁ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରତିଶୃତି ଦେବାରେ ଲାଗିପଡିଛନ୍ତି | ବିଜେପିର ନେତା ତଥା ଦିଲ୍ଲୀ ଅଧ୍ୟକ୍ଷ ମନୋଜ ତିୱାରୀ ମଧ୍ୟ ବଡ଼ ପ୍ରତିଶୃତି ଦେଇଛନ୍ତି | ସେ ବାୟୁ ପ୍ରଦୂଷଣକୁ ନେଇ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଥିବାବେଳେ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ୬୦ଟି ଧୂଆଁ ମୁକ୍ତ ଟାୱାର ଲଗାଇବେ | ତିୱାରୀ କହିଛନ୍ତି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ପାଇଁ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନାହାନ୍ତି |

Flipboard

ନିଜର ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପ୍ରଦୂଷଣ କମାଇବାକୁ କୌଣସି ପଦକ୍ଷେପ ନେଇନାହାଁନ୍ତି | ଦିଲ୍ଲୀର ବହୁତ ଅପମାନ ହୋଇଥିବାବେଳେ ଏବେ ବିଜେପି ହିଁ ଏହାର ସମାଧାନ କରିବ ବୋଲି ତିୱାରୀ କହିଛନ୍ତି |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ରବିବାର ଦିନ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ କହିଥିଲେ ଯେ ଦିଲ୍ଲୀରେ ସରକାର ହେଲେ ଏହାକୁ ବିଶ୍ୱସ୍ତରୀୟ ସହର କରାଯିବ | ଶାହା କହିଥିଲେ ଯେ ‘ଆପଣ କଂଗ୍ରେସକୁ ୧୫ ବର୍ଷର ସମୟ ଦେଲେ ଆଉ ଆମ ଆଦମୀ ପାର୍ଟିକୁ ୫ ବର୍ଷର ସୁଯୋଗ ଦେଲେ ଏବେ ଆମକୁ ସୁଯୋଗ ଦିଅନ୍ତୁ | ଦିଲ୍ଲୀକୁ ବିଶ୍ୱସ୍ତରୀୟ ସହର କରିବାର ମୁଁ ଗ୍ୟାରେଣ୍ଟି ଦେଉଛି’ |

ସମ୍ବନ୍ଧିତ ଖବର