୪ ବର୍ଷ ପର୍ଯ୍ୟନ୍ତ ଠିକ୍‌ ଭାବରେ ପେଟ ସଫା ହେଉ ନଥିବାରୁ ଚିନ୍ତିତ ଥିଲେ ଯୁବକ,ହଠାତ୍‌ ପେଟରେ ଯନ୍ତ୍ରଣା ହେବାରୁ ପରୀକ୍ଷା ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା 

ନୂଆଦିଲ୍ଲୀ : ଇଂଲଣ୍ଡରେ ଥିବା ନ୍ୟୁହାମ୍‌ ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାକୁ ଜଣେ ଯୁବକଙ୍କ ପେଟରେ ହଠାତ୍‌ ଗଭୀର ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ଡ଼ାକ୍ତର ଯେତେବେଳେ କାରଣ ଜାଣିବା ପାଇଁ ପରୀକ୍ଷା କଲେ ସେତେବେଳେ ତାଙ୍କ ହୋସ ଉଡ଼ି ଯାଇଥିଲା । ଯୁବକଙ୍କ ମଳାଶୟରେ ୭ଇଞ୍ଚ ମଳ ଜମିବା ପରେ ତାହା ଫାଟିଯିବାରୁ ଯୁବକଙ୍କ ଏଭଳି ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଥିବା ଡ଼ାକ୍ତର ଜଣାଇଥିଲେ । ପେଟ ବିନ୍ଧାର ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ଡ଼ାକ୍ତରଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା ।

Eric Scott Burdon

ସୂଚନା ମୁତାବକ,୨୪ବର୍ଷିୟ ଯୁବକ ଡ଼ାକ୍ତରଖାନାରେ ପେଟର ଯନ୍ତ୍ରଣା ନେଇ ପହଞ୍ଚିବା ପରେ ତାଙ୍କ ପେଟର ଆକାର ଖୁବ୍‌ ବଡ଼ ଥିଲା । ଡ଼ାକ୍ତର କିଛି ବୁଝିବା ପୂର୍ବରୁ ମୁଁ ୪ ବର୍ଷ ହେବ ଠିକ୍‌ ଭାବରେ ମଳ ତ୍ୟାଗ କରି ନାହିଁ ବୋଲି ଯୁବକ ଡ଼ାକ୍ତରଙ୍କୁ ଜଣାଇଥିଲେ । ଡ଼ାକ୍ତର ଯୁବକଙ୍କର ମଳ ତ୍ୟାଗରେ ସମସ୍ୟା ଥିବା ଭାବି ଔଷଧ ଦେଇ ଛାଡ଼ି ଦେଇଥିଲେ । କିନ୍ତୁ ଦୁଇ ଦିନ ପରେ ଅସହ୍ୟ ଯନ୍ତ୍ରଣା ହେବାରୁ ଯୁବକ ପୁଣି ଥରେ ଡ଼ାକ୍ତାଖାନାରେ ଯାଇ ପହଞ୍ଚିଥିଲେ । ଏକ୍ସରେ କରିବା ପରେ ଯୁବକଙ୍କ ମଳାଶୟରେ ୭ ଇଞ୍ଚର ମଳ ଥିବା ଡ଼ାକ୍ତର ଦେଖିଥିଲେ । ଏହା ସହ ୭ଇଞ୍ଚର ମଳ ଫାଟି ଯାଇଥିବାରୁ ତାହା ଶରୀର ମଧ୍ୟରେ ପ୍ରସାରିତ ହେବାକୁ ଲାଗିଥିଲା । ଏହା ଦ୍ୱାରା ଯୁବକଙ୍କ ଜୀବନକୁ ବିପଦ ଥିବା ଜାଣି ତୁରନ୍ତ ଅସ୍ତ୍ରୋପଚାର କରିଥିଲେ ଡ଼ାକ୍ତର ।

ସମ୍ବନ୍ଧିତ ଖବର