ଅନେକେ ବିଶ୍ୱାସ କରୁଥିବା ଗୁମନାମୀ ବାବା ହିଁ ନେତାଜୀ: ରିପୋର୍ଟ

ଲକ୍ଷ୍ନୌ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବୋଲି ଅନେକେ ବିଶ୍ୱାସ କରୁଥିବା ଫୈଜାବାଦର ଋଷି ଗୁମନାମୀ ବାବାଙ୍କ ପରିଚୟ ସମ୍ବନ୍ଧରେ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ରାଜ୍ୟପାଳ ରାମ ନାଏକଙ୍କ ପାଖରେ ରିପୋର୍ଟ ଦାଖଲ କରିଥିବା ଅବସରପ୍ରାପ୍ତ ଜଷ୍ଟିସ୍‌ ବିଷ୍ଣୁ ସହାଇ କହିଛନ୍ତି ଯେ କମିସନ୍‌ଙ୍କ ଆଗରେ ସତ୍ୟପାଠ କରିଥିବା ଅଧିକାଂଶ ସାକ୍ଷୀ କହିଛନ୍ତି ଯେ ଗୁମନାମୀ ବାବା ହିଁ ନେତାଜୀ।

ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ତତ୍‌କାଳୀନ ସମାଜବାଦୀ ପାର୍ଟି ସରକାର ଗତବର୍ଷ ଜୁନ୍‌ ମାସରେ ଜଷ୍ଟିସ୍‌ ସହାଇ କମିସନ୍‌ ଗଠନ କରିଥିଲେ। ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋଷ ବୋଲି ଦାବି କରି ଅଭିଯୋଗକାରୀ ଜନସ୍ୱାର୍ଥ ମାମଲା ଦାଏର୍‌ କରିବାରୁ ଅଦାଲତ ନିର୍ଦେଶ ଆସିଥିଲା।

କିନ୍ତୁ ରିପୋର୍ଟର ଫଳାଫଳ ସଂକ୍ରାନ୍ତରେ କୌଣସି କଥା କହି ନାହାନ୍ତି ଜଷ୍ଟିସ୍‌ ସହାଇ। ସେ କହିଛନ୍ତି ଯେ ଗୁମନାମି ବାବା ୧୯୮୫ରେ ପରଲୋଗ ଗମନ କରିଥିବାବେଳେ ସାକ୍ଷୀମାନେ ତିନି ଦଶନ୍ଧି ପରେ ଅର୍ଥାତ୍‌ ୨୦୧୬ ଓ ୨୦୧୭ରେ ସେମାନଙ୍କ ବୟାନ ଦେଇଛନ୍ତି। ଦୀର୍ଘ ଦିନ ବ୍ୟବଧାନ ହୋଇଥିବାରୁ ସେମାନଙ୍କ ସ୍ମରଣ ଶକ୍ତି ମାନ୍ଦା ହୋଇଯାଇଥିବା ସ୍ୱାଭାବିକ। ସେମାନେ କଳ୍ପନା କରି ନାନା କଥା କହିଥାଇ ପାରନ୍ତି।

ସମ୍ବନ୍ଧିତ ଖବର