ଲୋକସଭାରେ ବିଦେଶ ରାଜ୍ୟ ମନ୍ତ୍ରୀଙ୍କ ବୟାନ : ଏବେ ବି ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଅଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ : ଲୋକସଭାରେ ବିଦେଶ ରାଜ୍ୟମନ୍ତ୍ରୀ ବି ମୁରଲୀଧରନ ୧୯୬୫ ଏବଂ ୧୯୭୧ରେ ଭାରତ-ପାକ୍‌ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଥିଲେ । ହୋଇଥିବା ଯୁଦ୍ଧରେ ୮୩ଜଣ ଭାରତୀୟ ଯବାନ ଏବଂ ଅଧିକାରୀ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଏବେ ବି କିଛି ଯବାନ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଥିବା କହିଥିଲେ ବି ମୁରଲୀଧରନ । କିନ୍ତୁ ବି ମୁରଲୀଧରନଙ୍କ ଏଭଳି ବୟାନକୁ ଅସ୍ୱିକାର କରିଛନ୍ତି ପାକିସ୍ତାନ ଅଧିକାରୀ ।

ତାଙ୍କ ଅନୁଯାୟୀ, ଯୁଦ୍ଧ ପରେ କୌଣସି ଯବାନକୁ ପାକିସ୍ତାନର କୌଣସି ଜେଲରେ ବନ୍ଦୀ କରି ରଖା ଯାଇ ନାହିଁ । ତେବେ ପାକିସ୍ତାନଠାରୁ ଏଭଳି ସ୍ପଷ୍ଟିକରଣ ପାଇ ମଧ୍ୟ ଭାରତ ବନ୍ଦୀ ଥିବା ଯବାନଙ୍କୁ ମୁକୁଳାଇବା ପାଇଁ ଚେଷ୍ଟା ଜାରି ରଖିଛି ।

Deccan Herald

ସୂଚନା ମୁତାବକ, ୧୯୭୧ ଭାରତ-ପାକ୍‌ ମଧ୍ୟରେ ହୋଇଥିବା ଯୁଦ୍ଧରେ ଅନେକ ଯବାନ ପ୍ରାଣ ହରାଇବା ସହ କିଛି ନିଖୋଜ ହୋଇ ଯାଇଥିଲେ । ଯେଉଁମାନଙ୍କ ପତ୍ତା ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ତେବେ ନିଖୋଜ ଥିବା ୮୩ଜଣଙ୍କ ମଧ୍ୟରୁ ୫୪ଜଣଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିବା ନେଇ ଭାରତ ଏବେ ଦାବି କରିବା ସହ ମୁକୁଳାଇବା ପାଇଁ ଚେଷ୍ଟା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର