ଶ୍ରୀନଗର: ଆତଙ୍କବାଦ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ ‘ଇସ୍ତଫା ଦିଅ ନଚେତ ମର’ ବୋଲି ଏକ ଭିଡିଓ ପୋଷ୍ଟ୍ ହେବାର ଠିକ୍ ପରଦିନ ଦକ୍ଷିଣ କଶ୍ମୀରର ତିନି ଜଣ ପୁଲିସ୍କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିବା ସୂଚନା ରହିଛି। ଏହି ହତ୍ୟା ଘଟଣା ପରେ ସଂପୃକ୍ତ ଅଞ୍ଚଳରୁ ଛଅ ଜଣ ପୁଲିସ୍ ନିଜର ଇସ୍ତଫା ପତ୍ର ଦାଖଲ କରି ସାରିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଶୁକ୍ରବାର ସୋଫିଆନ୍ଠାରେ ଥିବା ନିଜ ଘରୁ ତିନି ଜଣ ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ(ଏସ୍ପିଓ) ଏବଂ ପୁଲିସ୍ କନଷ୍ଟେବଲଙ୍କୁ ଅପହରଣ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସୋପିଆନ୍ ଅଞ୍ଚଳର ଏକ ବଗିଚାରୁ ୩ ଜଣ ପୁଲିସ୍ଙ୍କର ମୃତଦେହ ମିଳିଥିଲା। ସେମାନଙ୍କ ଶରୀରର ଗୁଳି ବାଜିଥିବା ଦେଖିବାକୁ ମିଳିଛି।
We have lost 3 of our brave colleagues in a barbaric terror strike. Our tribute to the 3 martyred Jawans Nisar Ahmad, Firdous Kuchay & Kulwant Singh. We condemn this inhuman act and assure that all the culprits shall be dealt under law. @JmuKmrPolice
— Kashmir Zone Police (@KashmirPolice) September 21, 2018
ପୂର୍ବରୁ ହିଜ୍ବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ ପୁଲିସ୍ମାନଙ୍କୁ ଚାକିରି ଛାଡ଼ିବା ପାଇଁ ଅାହ୍ବାନ କରାଯାଇଥିଲା। ଚାକିରି ଛାଡ଼ିବା ସହ ଏହାର ଏକ ପ୍ରମାଣ ସହ ଫେସ୍ବୁକ୍ରେ ଛାଡ଼ିବା ପାଇଁ କୁହାଯାଇଥିଲା। ଏପରି ନ କଲେ ଆତଙ୍କବାଦୀମାନେ ପୁଲିସ୍ କର୍ମୀଙ୍କ ପରିବାର ଲୋକଙ୍କୁ ବି ହତ୍ୟା କରିବାର ଧମକ ଦେଇଥିଲେ।
ଫଳରେ ଭୟବଶତଃ ଜଣ ଜଣ କରି ଛଅ ଜଣ ପୁଲିସ୍ ଚାକିରି ଛାଡ଼ିବା ସହ ସୋସିଆଲ୍ ମିଡିଆରେ ଭିଡିଓ ଅପ୍ଲୋଡ କରି ପ୍ରମାଣ ଦେଇଛନ୍ତି। ଜମ୍ମୁ-କଶ୍ମୀର ପୁଲିସ୍ ଏହି ଭିଡିଓରେ ସତ୍ୟତା ଥିବା ସ୍ପଷ୍ଟ କରିଛି।