ମୋସୁଲ୍‌ରେ ନିହତ ୩୯ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶଙ୍କ ମୁଣ୍ଡରେ ଗୁଳି ମରାଯାଇଥିଲା

ଅମୃତସର: ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀଙ୍କ ଦ୍ୱାରା ଇରାକ୍‌ରେ ନିହତ ହୋଇଥିବା ୩୯ ଜଣ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶଙ୍କର ମୁଣ୍ଡକୁ ଗୁଳି ମରାଯାଇ ହତ୍ୟା କରାଯାଇଥିଲା।

ସୋମବାର ଦିନ ଅମୃତସରକୁ ଫେରାଇ ଅଣାଯାଇଥିବା ୨୭ ଜଣଙ୍କ ମୃତ୍ୟୁ ପ୍ରମାଣପତ୍ରରୁ ସାତ ଜଣଙ୍କ ମୁଣ୍ଡରେ ଗୁଳି ମରାଯାଇଥିବା କଥା ଲେଖାଯାଇଛି।

ଇରାକସ୍ଥିତ ମୋସୁଲ ଠାରୁ ୧୧୦ କିଲୋମିଟର ଦୂର ନିନେେଓ୍ଵହ୍‌ ଟାଉନ୍‌ସିପ୍‌ ଶିଳ୍ପାଞ୍ଚଳର ଓ୍ଵାଦି ଅଗାବ୍‌ ଠାରେ ସେମାନଙ୍କୁ ହତ୍ୟା କରାଯାଇଥିବା କଥା ମୃତ୍ୟୁ ପ୍ରମାଣପତ୍ରରେ ଲେଖାଯାଇଛି।

ମାର୍ଚ ୨୮ ତାରିଖ ଦିନ ବାଗ୍‌ଦାଦସ୍ଥିତ ଭାରତୀୟ ଦୂତାବାସଏହି ମୃତ୍ୟୁ ପ୍ରମାଣପତ୍ର ଜାରି କରିଛି। ଏଥିରେ ଦସ୍ତଖତ କରିଛନ୍ତି ଦୂତାବାସର କନ୍‌ସୁଲାର୍‌ ଅଫିସର୍‌ ଉମେଶ ଯାଦବ। କିନ୍ତୁ, ସେ ଲୋକମାନଙ୍କୁ କେବେ ହତ୍ୟା କରାଯାଇଛି ସେଥିରେ ତାହା ଉଲ୍ଲେଖ କରାଯାଇ ନାହିଁ। ନିହତ ଭାରତୀୟମାନଙ୍କର ଆତ୍ମୀୟଙ୍କ କହିବା ଅନୁସାରେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ୨୦୧୪ ମସିହା ଜୁନ୍‌ ୧୫ ତାରିଖ ଘରକୁ ଫୋନ୍‌ କରିଥିଲେ। ତେଣୁ ତା’ ପରେ ପରେ ସେମାନଙ୍କୁ ହତ୍ୟା କରାଯାଉଥିବା କଥା ଅନୁମାନ କରାଯାଉଛି। ଅର୍ଥାତ୍‌ ହତ୍ୟା ଜୁନ୍‌ ୧୫ରୁ ୨୦ ମଧ୍ୟରେ ହୋଇଛି।

ସମ୍ବନ୍ଧିତ ଖବର