ଆସାମର ତିନସୁକିଆରେ ଉଲଫା ଉଗ୍ରବାଦୀଙ୍କ ଆକ୍ରମଣ, ୫ ମୃତ

ନୂଆଦିଲ୍ଲୀ: ଆସାମର ତିନସୁକିଆ ଠାରେ ସଦିଗ୍ଧ ଉଗ୍ରବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମର ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଉଗ୍ରବାଦୀ ଆକ୍ରମଣରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ଉଲଫା ଉଗ୍ରବାଦୀମାନେ ଲୋକଙ୍କୁ ଅପହରଣ କରି ଗୁଳି ମାରିଥିଲେ। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଅକ୍ଟୋବର ୧୩ରେ ଗୌହାଟୀ ଠାରେ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର