ମହାରାଷ୍ଟ୍ରରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମୁମ୍ବାଇ: ମହାରାଷ୍ଟ୍ରର ଗଡ୍‌ରିଚୋଲୀ ଅଞ୍ଚଳରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିବା ପ୍ରକାଶ। ଉକ୍ତ ଅଞ୍ଚଳରେ ୧୯୧ବାଟାଲିୟନର ଯବାନମାନେ ସର୍ଚ୍ଚ ଅଭିଯାନ ଜାରି ରଖିଥିବା ବେଳେ ମାଓ ପ୍ରଭାବିତ ଗଟ୍ଟା ଇଟାପଲ୍ଲୀ ଠାରେ ଏହି ବିସ୍ଫୋରଣ ହୋଇଥିଲା। ଉକ୍ତ ଅଂଚଳରେ ଗୁରୁବାର ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ଏହି ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ। ଗତକାଲି ଅନ୍ୟ ଏକ ବିସ୍ଫୋରଣରେ ଛତିଶଗଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର