ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଆତଙ୍କରାଜ, ପୋକଲିନ, ଜେସିବି, ଟ୍ରକ୍ ଓ ଟ୍ରେଲର୍ ଜାଳି ଦେଲେ
ସୁକମା: ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବାଦୀ ଆତଙ୍କରାଜ କରିଛନ୍ତି। ମାଓବାଦୀମାନେ ଦୁଇଟି ପୋକଲିନ୍ ମେସିନ୍, ଗୋଟିଏ ଜେସିବି ମେସିନ୍, ଗୋଟିଏ ଟ୍ରକ୍ ଟ୍ରେଲର୍ ଆଦି ଜାଳି ଦେଇଥିବାର ଖବର ହସ୍ତଗତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଗୋଲାପାଲ୍ଲି ଥାନା ଅଞ୍ଚଳରେ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀମାନେ ସେଠାରେ ପହଞ୍ଚି କାମ କରୁଥିବା ଶ୍ରମିକଙ୍କୁ ସ୍ଥାନ ଛାଡ଼ି ଚାଲି ଯିବାକୁ ଧମକ ଦେଇଥିଲେ। ସେମାନେ ୨ଟି ପୋକଲିନ୍ ମେସିନ୍, ଗୋଟିଏ ଜେସିବି ମେସିନ ଓ ଗୋଟିଏ ଟ୍ରକ୍ ଜାଳି ଦେଇଥିଲେ। ଏହାପରେ ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।