ଅହମ୍ମଦାବାଦରେ ପହଞ୍ଚିଲା ମେରିନ୍-ଓ୍ଵାନ, ଆମେରିକା ରାଷ୍ଟ୍ରପତିଙ୍କ ଶକ୍ତିଶାଳୀ ହେଲିକାପ୍ଟର

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ କାର୍‌ ବିଷ୍ଟ୍‍ ଭାରତରେ ପହଞ୍ଚିସାରିଛି । ଆଜି ତାଙ୍କର ହେଲିକାପ୍ଟର ମେରିନ-ଓ୍ଵାନ ଅହମଦାବାଦରେ ପହଞ୍ଚିଛି । ଟ୍ରମ୍ପ ଅହମଦାବାଦ ଏୟାରପୋର୍ଟରେ ଓହ୍ଲାଇବା ପରେ ଏହି ହେଲିକାପ୍ଟର ବ୍ୟବହାର କରି ମୋଟେରା ଷ୍ଟାଡିୟମକୁ ଯିବେ ଓ କାର୍ଯ୍ୟକ୍ରମ ଶେଷହେବା ପରେ ଫେରିବେ । ସେଠାରୁ ସେ ଏୟାରଫୋର୍ସ ଓ୍ଵାନ (ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ) ଚଢି ଆଗ୍ରା ଯାଇ ତାଜମହଲ ଦେଖିବେ ।
ଆମେରିକା ରାଷ୍ଟ୍ରପତି ବିଶ୍ୱର ଯେଉଁ ସ୍ଥାନକୁ ଯାଆନ୍ତି ତାଙ୍କ ପୂର୍ବରୁ ସବୁବେଳେ ମାରିନ ଓ୍ଵାନ ହେଲିକାପ୍ଟର ପହଞ୍ଚିଯାଏ । ଏହା ଏକ ଭିଏଚ-୯୨ଏ ସିକୋରସ୍କାଏ ହେଲିକାପ୍ଟର । ଏହାକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ହେଲିକାପ୍ଟର ବୋଲି କୁହାଯାଏ । ଏହା ଘଣ୍ଟା ପ୍ରତି ୨୪୧ କିମି ବେଗରେ ଉଡ଼ିପାରିବ । ଏଥିରେ ବାଲିଷ୍ଟିକ ଆର୍ମର ରହିଛି ଯାହାକି କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିପାରିବ । ଏଥିରେ ମଧ୍ୟ ମିସାଇଲ ଓ୍ଵାର୍ଣ୍ଣିଂ ସିଷ୍ଟମ ଓ ମିସାଇଲ ଡିଫେନ୍ସ ସିଷ୍ଟମ ରହିଛି । ଏଥିରେ ୧୪ ଜଣ ବ୍ୟକ୍ତି ଯାତ୍ରା କରିପାରିବେ ଓ ଏଥିରେ ଏକ ବାଥରୁମ ଅଛି । ଏହି ହେଲିକାପ୍ଟରକୁ ଆମେରିକା ନୌବାହିନୀର ଦୁର୍ଦ୍ଦଷ ମେରିନ ହେଲିକାପ୍ଚର ସ୍କ୍ଵାର୍ଡନ ଓ୍ଵାନର ପାଇଲଟମାନେ ଚଳାନ୍ତି । ଏହି ହେଲିକାପ୍ଟର କେବେ ମଧ୍ୟ ଏକୁଟିଆ ଉଡ଼େ ନାହିଁ, ଏହା ସହିତ ୫ଟି ଶକ୍ତିଶାଳୀ ଲଢୁଆ ହେଲିକପ୍ଟର ଉଡ଼ିଥାନ୍ତି । ଏହି ହେଲିକାପ୍ଟର ଗୁଡ଼ିକ ମେରିନ ଓ୍ଵାନକୁ ସୁରକ୍ଷା ଦେଇଥାନ୍ତି ।

ସମ୍ବନ୍ଧିତ ଖବର