ସାତ୍‌ ଫେରା ପରେ ବର ଟଙ୍କା ନ ଗଣି ପାରିବାରୁ ବିବାହ ବେଦୀରୁ ଉଠିଗଲା କନ୍ୟା

ଜୌନ୍‌ପୁର: ଉତ୍ତରପ୍ରଦେଶର ଏକ ବିବାହ ଉତ୍ସବରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ବର-କନ୍ୟା ବେଦୀରେ ବସି ମନ୍ତ୍ର ଅଧା ପଢ଼ା ସାରିଥିବା ବେଳେ କନ୍ୟା ବିବାହ ପାଇଁ ମନା କରିଥିବା ଜଣା ପଡ଼ିଛି । ସାତ୍‌ ଫେରା ପରେ ବରକୁ କିଛି ଟଙ୍କା ଗଣିବା ପାଇଁ ଦିଆଯାଇଥିବା ବେଳେ ବର ସେ ଟଙ୍କାକୁ ଗଣି ପାରି ନଥିଲା । ଏହା ଦେଖି କନ୍ୟା ବେଦୀରୁ ଉଠିଯିବା ସହ ବିବାହ ପାଇଁ ମନା କରି ଦେଇଥିଲୋ

କନ୍ୟା ଏହି ଘୋଷଣା କରିବା ପରେ କନ୍ୟାପକ୍ଷ ବର ଏବଂ ବରଯାତ୍ରୀଙ୍କୁ ବନ୍ଧକ ବନାଇ ବିବାହ ଭୋଜିରେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିଲା ସେ ସବୁ ଦେବା ପାଇଁ କହିଥିଲେ । କିନ୍ତୁ ବରପକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇ ନଥିଲେ । ଶେଷରେ ପୁଲିସ ପର୍ଯ୍ୟନ୍ତ ଯାଇ କଥା ପହଞ୍ଚି ଥିଲା ।

Free Press Journal

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଉତ୍ତରପ୍ରଦେଶର ଜୌନ୍‌ପୁରରେ । ପ୍ରଥମେ ସବୁ ଠିକ୍‌ ଥିବା ବେଳେ ଜୟମାଲା ପରେ ସବୁ ବଦଳି ଯାଇଥିଲା । କନ୍ୟା ପକ୍ଷ ବରଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଧୁମ୍‌ ଧାମ୍‌ରେ ବିବାହର ରିତି ନୀତି ଆରମ୍ଭ ହୋଇଥିଲା । ବିବାହ ମଝିରେ କନ୍ୟାପକ୍ଷର କିଛି ମହିଳା ବରକୁ କିଛି ଟଙ୍କା ଗଣିବା ପାଇଁ ଦେଇଥିଲେ । କିନ୍ତୁ ବରକୁ ସେହି କିଛି ଟଙ୍କା ଗଣିବା ପାଇଁ ଘଣ୍ଟାଏ ସମୟ ଲାଗିଥିଲା । ଯାହା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏ ବିଷୟରେ କନ୍ୟା ଜାଣିବା ପରେ ରାଗରେ ସେ ବିବାହ କରିବା ପାଇଁ ମନା କରିବା ସହ ଶାଶୁଘର ଯିବା ପାଇଁ ମଧ୍ୟ ମନା କରି ଦେଇଥିଲେ । କନ୍ୟାର ନିଷ୍ପତ୍ତିି ଶୁଣିବା ପରେ କନ୍ୟା ପକ୍ଷ ବରପକ୍ଷଙ୍କୁ ବନ୍ଧକ ରଖି ସେମାନଙ୍କଠାରୁ ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଏବଂ ଯୌତୁକ ଟଙ୍କା ଫେରାଇବାକୁ କହିଥିଲେ । ଧିରେ ଧିରେ ଉତ୍ତେଜନା ବଢ଼ିବାକୁ ଲାଗିବାରୁ ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମାମଲାର ସମାଧାନ କରିବା ପରେ ବରଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର