ବିବାହର ଦୁଇ ସପ୍ତାହ ପରେ ବିବାହ କରାଇଥିବା ପୂଜାରୀଙ୍କ ସହ ଫେରାର ହେଲେ ନବବଧୂ

ଭୋପାଲ : ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଘଟିଛି । ବିବାହର ଦୁଇ ସପ୍ତାହ ପରେ ନବବଧୂ ବିବାହ କରାଇଥିବା ପୂଜାରୀଙ୍କ ସହ ଫେରାର ହୋଇଯିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ମଧ୍ୟପ୍ରଦେଶଣ ସିର୍‌ନୋଜ୍‌ ସହରରେ ଏଭଳି ଘଟଣା ଘଟିଛି ।

Related image
scoopwhoop.com

ସୂଚନା ମୁତାବକ, କିଛି ଦିନ ତଳେ ମହିଳାଙ୍କ ବିବାହ କରିଥିଲେ ପାଖ ମନ୍ଦିରର ପୂଜାରୀ ବିନୋଦ ମହାରାଜ । ବିବାହ ସମୟରେ ମହିଳାଜଣଙ୍କ ପୂଜାରୀଙ୍କୁ ମନ ଦେଇ ବସିଥିବାରୁ ବିବାହର ୩ଦିନ ପରେ ଝଗଡ଼ା କରି ଶାଶୁ ଘରୁ ଆସି ବାପ ଘରେ ରହିବା ଆରମ୍ଭ କରିଥିଲେ ମହିଳା । ଘରକୁ ଫେରି ବିନୋଦଙ୍କୁ ମନ କଥା ଜଣାଇବାକୁ ମହିଳା ନିଷ୍ପତ୍ତି ନେଇଥିଲେ । ବିନୋଦଙ୍କୁ ଏକ ରେସ୍ତୋରାଁକୁ ଡ଼କାଇ ମହିଳା ପ୍ରେମ ପ୍ରସ୍ତାବ ଦେବା ପରେ ବିନୋଦ ରାଜି ହେବା ସହ ସେ ମଧ୍ୟ ତାଙ୍କୁ ଭଲ ପାଉଥିବା କହିଥିଲେ । ପରେ ଶାଶୁ ଘର ଲୋକେ ନେବାକୁ ଆସୁଥିବା ଜାଣି ମହିଳା ବିନୋଦଙ୍କ ସହ ଫେରାର ହୋଇ ଯାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର