କୋର୍ଟରେ ବିବାହ କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଅଧୁରା ରହିଗଲା ସ୍ୱପ୍ନ

ନୂଆଦିଲ୍ଲୀ : ଆମେରିକାର ଟେକ୍ସାସ ସହରରେ ଜଣେ ଦମ୍ପତି ବିବାହର କିଛି ସମୟ ପରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ସଂପର୍ଣ୍ଣ ହେବା ପରେ କୋର୍ଟରୁ ବାହାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଦୁହିଁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

2 मिनट भी नहीं चल पाई शादी और मौत के आगोश में समा गए पति-पत्नी
aajtak.intoday.in

ପୁଲିସ ଦେଇଥିବା ସୂଚନା ମୁତାବକ, ୧୯ବର୍ଷୀୟ ହାର୍ଲେ ମୋର୍ଗନ ଓ ୨୦ବର୍ଷୀୟ ରିହାନା ସ୍କୁଲ ସମୟରୁ ପରସ୍ପରକୁ ଭଲ ପାଉଥିବା ବେଳେ ବିବାହ କରିବାକୁ ମନସ୍ତ କରିଥିଲେ । ବିବାହ ପରେ ଦୁହେଁ କୋର୍ଟର ପାର୍କିଂରୁ ଗାଡ଼ି ବାହାର କରି ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଗାଡ଼ି ପଛରେ ଦୁହିଁଙ୍କ ମା’ ଓ ଭଉଣୀ ଥିଲେ, ଯେଉଁମାନେ ଏହି ଦୁଃଖଦ ଦୁର୍ଘଟଣାକୁ ନିଜ ଆଖିରେ ଦେଖିଥିଲେ । ଦୁହେଁ କୋର୍ଟରେ ବିବାହ କରିବା ପରେ ଡିସେମ୍ବରରେ ପରିବାର ଓ ବନ୍ଧୁମାନଙ୍କ ପାଇଁ ବଡ଼ ଆକାରରେ ବିବାହ କରିବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ତାହା ଏବେ ସ୍ୱପ୍ନ ହୋଇ ରହିଯାଇଛି ବୋଲି କହିଛନ୍ତି ହାର୍ଲେ ମୋର୍ଗନଙ୍କ ମା’ ।

ସମ୍ବନ୍ଧିତ ଖବର