ଦଶ ବର୍ଷ ପରେ ବାପା ହେବକୁ ଯାଉଥିବା ଯବାନ ଝିଅ ଜନ୍ମର ୧ ଦିନ ପୂର୍ବରୁ ହେଲେ ସହିଦ; ଝିଅ ବଡ଼ ହେଲେ ସେନାରେ ଯୋଗ ଦେବ ବୋଲି କହିଲେ ପତ୍ନୀ

ଶ୍ରୀନଗର: ଦୀର୍ଘ ବର୍ଷ ହେବ ବାପା ହେବା ପାଇଁ ଅପେକ୍ଷା କରି ରହିଥିବା ରଞ୍ଜିତ୍‌ ସିଂହଙ୍କର ଝିଅ ଜନ୍ମର ଗୋଟିଏ ଦିନ ପୂର୍ବରୁ ସହିଦ ହେବା ଘଟଣା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଛି। ପାକିସ୍ତାନୀ ଆତଙ୍କବାଦୀ ଗୁଳିରେ ଲେନ୍ସ ନାୟକ ରଞ୍ଜିତ ସିଂହ ସହିଦ ହୋଇଥିବା ବେଳେ ନବତାତ କନ୍ୟାକୁ ଜନ୍ମ ଦେଇଥିବା ପତ୍ନୀ କହନ୍ତି ତାଙ୍କ ଝିଅ ବଡ଼ ହେଲେ ସେନାରେ କାମ କରିବ।

ଏହି ୩୬ ବର୍ଷୀୟ ବୀର ଯବାନଙ୍କ ମରଶରୀରକୁ ତ୍ରିରଙ୍ଗା ଘୋଡ଼ାଇ ସୋମବାର ତାଙ୍କ ଗାଁ ସୁଲିଗାମକୁ ନିଆଯାଇଥିଲା। ମାତ୍ର ସଂପର୍କୀୟମାନେ ସେହି ଦିନ ତାଙ୍କର ସତ୍କାର କରିବାକୁ ନଚାହିଁବାରୁ ମଙ୍ଗଳବାର ସକାଳେ ତାଙ୍କର ଶବ ସତ୍କାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଭାରତ-ପାକ୍‌ ସୀମାନ୍ତସ୍ଥ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ ନିକଟରେ କର୍ତ୍ତବ୍ୟରତ ଅବସ୍ଥାରେ ପାକ ଅନୁପ୍ରବେଶକାରୀଙ୍କ ଗୁଳିରେ ଶିକାର ବନିଥିଲେ ଲାନ୍ସ ନାଏକ ରଞ୍ଜିତ୍‌ ସିଂ। ସହିଦ୍‌ ରଞ୍ଜିତଙ୍କର ଶବାଧାର ଜମ୍ମୁକଶ୍ମୀରର ରମ୍‌ବନ୍‌ ଜିଲ୍ଲା ଅନ୍ତର୍ଗତ ତାଙ୍କ ଗ୍ରାମରେ ପହଞ୍ଚିବାର ପ୍ରାୟ ଘଣ୍ଟାଏ ପୂର୍ବରୁ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ତାଙ୍କ ପତ୍ନୀ ସିମ୍ମୁ ଦେବୀ।

ଗାଁ ଲୋକଙ୍କଠାରୁ ଜଣାପଡ଼ିଛି କି ବିବାହ ୧୦ବର୍ଷ ହୋଇଯାଇଥିଲେ ମଧ୍ୟ ଲାନ୍ସ ନାଏକ ରଞ୍ଜିତଙ୍କର ସନ୍ତାନସନ୍ତତି ନ ଥିଲା। ତେଣୁ ପତ୍ନୀ ସିମ୍ମୁ ଗର୍ଭବତୀ ହେବା ଦେଖି ସେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସନ୍ତାନର ଆଗମନକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ଦୁର୍ଭାଗ୍ୟକୁ ନିଜ ଶିଶୁ କନ୍ୟାକୁ ଦେଖିବାକୁ ବଞ୍ଚିତ ହେଲେ ।

ସମ୍ବନ୍ଧିତ ଖବର