‘ପ୍ରେସିଡେଣ୍ଟ୍‌ସ କପ୍‌’ରେ ମେରି କମ୍‌ଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଆୟୋଜିତ ହୋଇଥିବା ୨୩ତମ ‘ପ୍ରେସିଡେଣ୍ଟ୍‌ସ କପ୍‌’ରେ ରବିବାର ସ୍ୱର୍ଣ୍ଣ ପଦକ ତିଜିଛନ୍ତି ଛଅ ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଥିବା ଭାରତୀୟ ବକ୍ସର ମେରି କମ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ୫୧ କିଲୋଗ୍ରାମ ଶ୍ରେଣୀରେ ଲଢ଼େଇ କରି ବାଜିମାତ୍‌ କରିଛନ୍ତି ମେରି କମ୍‌।

ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ଇଣ୍ଡୋନେସିଆ ‘ପ୍ରେସିଡେଣ୍ଟ୍‌ସ କପ୍‌’ରୁ ମୋ ପାଇଁ ଆଉ ମୋ ଦେଶ ପାଇଁ ସ୍ୱର୍ଣ୍ଣ ପଦକ। ଜିତିବାର ଅର୍ଥ ହେଉଛି ଆହୁରି ଆଗକୁ ଯିବା ପାଇଁ ଇଚ୍ଛା ଦୃଢ଼ କରିବା, ଅନ୍ୟ ସବୁ କଥାକୁ ବାଦ୍‌ ଦେଇ କଠିନ ପରିଶ୍ରମ କରିବା। ମୁଁ ମୋ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ୍‌ ଜଣାଉଛି।’

 

ଉଲ୍ଲେଖଯୋଗ୍ୟ, ଛଅ ଥର ବିଶ୍ୱ ଚାମ୍ପିୟନର ବିଜୟିନୀ ହୋଇ ସାରିଥିବା ମେରିକମ୍‌ ୨୦୨୦ ମସିହାରେ ଋଷ୍‌ରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍‌ସିପ୍‌ ଟୋକିଓ ଅଲମ୍ପିକ୍ସରେ ଅଂଶ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର