ଭୁଲ୍‌ କ୍ରମେ ରନ୍‌େଓ୍ଵ ଉପରକୁ ଚାଲିଆସିଥିବା ଯୁବକଙ୍କ ଉପରେ ଚଢ଼ିଗଲା ବିମାନ! ଭାଇରାଲ ହେଲା ଦୁର୍ଘଟଣା ପରର ଭିଡିଓ

ନୂଆଦିଲ୍ଲୀ : ମସ୍କୋରେ ଜଣେ ୨୫ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇ ହୋଇଥିବା ଜଣାପଡ଼ିଛି । ରନ୍‌େଓ୍ଵରେ ଠିଆ ହୋଇଥିବା ସମୟରେ ସାମ୍ନାରୁ ଆସୁଥିବା ବିମାନ ତାଙ୍କ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ମସ୍କୋର ସବୁଠାରୁ ବଡ଼ ଶେର୍‌ମେଟେବୋ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଘଟିଥିବା ଜଣାପଡ଼ିଛି । ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ବୋଇଙ୍ଗ ୭୩୭ବିମାନ ଉଡ଼ାଣ ଭରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ମୃତ ଯୁବକ ଜଣଙ୍କ ନିଜ ବିମାନ ମଧ୍ୟକୁ ଯିବା ପାଇଁ ବସ୍‌ର ସାହାଯ୍ୟ ନ ନେଇ ଚାଲି ଚାଲି ଯାଇଥିଲେ । ଯୁବକଙ୍କୁ ଏଭଳି କରିବା ପାଇଁ ସୁରକ୍ଷାକର୍ମୀମାନେ ମନା କରିଥିଲେ ମଧ୍ୟ ଯୁବକ ତାଙ୍କ କଥା ନ ଶୁଣି ଚାଲି ଚାଲି ଯିବା ଆରମ୍ଭ କରିଥିଲେ । କିଛି ବାଟ ଯିବା ପରେ ଅନ୍ଧାର ହୋଇଥିବାରୁ ଯୁବକଜଣଙ୍କ ରନେଓ୍ଵ ଉପରେ ଚାଲୁଥିବା କଥା ଜାଣି ପାରି ନଥିଲେ । ସେହି ସମୟରେ ସେହି ରନେଓ୍ଵ ଦେଇ ବୋଇଙ୍ଗ ୭୩୭ବିମାନ ଉଡ଼ାଣ ଭରୁଥିବା ବେଳେ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା । ଯାହାଦ୍ୱାରା ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ପରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ରନେଓ୍ଵରେ ପଡ଼ିଥିବା ବେଳେ ତାଙ୍କ ଜୋତାର ଲେସ୍‌ ଏବଂ ସେ ପିନ୍ଧିଥିବା ଜ୍ୟାକେଟ୍‌ ରନେଓ୍ଵରେ ପଡ଼ିଥିବା ଭାଇରାଲ ଭିଡ଼ିଓରେ ଦେଖାଯାଇଛି ।

ସମ୍ବନ୍ଧିତ ଖବର