ମାସୁଦ୍‌ ଆଝାର ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ ହୋଇଯିବ: ଭାରତକୁ ଆଶ୍ୱାସନା ଦେଲେ ଚୀନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତ ପାଇଁ ଥିବା ଚୀନ ରାଷ୍ଟ୍ର ଦୂତ ଲୁଅ ଝାଓହୁଇ ରବିବାର ପ୍ରକାଶ କରିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ଭାରତର ଚିନ୍ତାକୁ ଚୀନ ବୁଝୁଛି। ଚୀନ ଆଶା ରଖିଛି ଯେ ଏହି ସମସ୍ୟା ଖୁବ୍‌ ଶ୍ରୀଘ୍ର ସମାଧାନ ହୋଇଯିବ ବୋଲି।

‘ମାସୁଦ ଆଝାରକୁ ନେଇ ଭାରତର ଥିବା ଚିନ୍ତାକୁ ଆମେ ଭଲ ଭାବେ ବୁଝୁଛୁ। ଆମେ ଭାରତକୁ ପୂରା ବିଶ୍ୱାସ ବି କରୁଛୁ। ଆମେ ଭାରତର ସମସ୍ୟାକୁ ବୁଝୁଛୁ ଓ ଏହା ଖୁବ୍‌ ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା ରଖୁଛୁ।’ ଦିଲ୍ଲୀରେ ଚୀନ ଦୂତବାସରେ ହୋଲି ମେଲଣ ମନାଉଥିବା ବେଳେ ଏପରି କହିଛନ୍ତି ଝାଓହୁଇ।

ଉଲ୍ଲେଖଯୋଗ୍ୟ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ୪ ଥର ଭେଟ ହୋଇଛନ୍ତି। ପ୍ରସିଦ୍ଧ ବୁହା ସମ୍ମିନଳୀରୁ ନେଇ ଏସ୍‌ସିଓ ବୈଠକ, ବ୍ରିକ୍ସ ଓ ଜି୨୦।

ଉଲ୍ଲେଖଯୋଗ୍ୟ, ମାସୁଦ୍‌ ଆଝାରକୁ ଜାତିସଂଘ ପରିଷଦ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନିଷ୍ପତ୍ତି ନେଇ ଥିବା ବେଳେ ନିଜର ଭିଟୋ ଶକ୍ତି ପ୍ରୟୋଗ କରି ଚୀନ ମଙ୍ଗ ମୋଡ଼ି ଅଟକାଇ ଦେଇଥିଲା। ସେବେଠାରୁ ଭାରତ ଓ ଚୀନ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇଛି।

ସମ୍ବନ୍ଧିତ ଖବର