ରାଓ୍ଵଲପିଣ୍ଡି ସେନା ଡ଼ାକ୍ତରଖାନା ବିସ୍ଫୋରଣରେ ଆହତ ହେଲା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର

ନୂଆଦିଲ୍ଲୀ : ରବିବାର ପାକିସ୍ତାନର ରାଓ୍ଵଲପିଣ୍ଡିରେ ଥିବା ସେନା ଡ଼ାକ୍ତରଖାନାରେ ହଠାତ ବିସ୍ଫୋରଣ ହେବା ହେତୁ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ୧୦ଜଣଙ୍କ ମଧ୍ୟରେ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି କ୍ୱେଟାର ମାନବାଧିକାର କାର୍ଯ୍ୟକର୍ତ୍ତା ଆଶନ ଉଲ୍ହା ମିଆଖେଲ । ଏହି ବିସ୍ଫୋରଣ ଘଟିବା ସମୟରେ ମାସୁଦ ଡ଼ାକ୍ତରଖାନା ଭିତରେ ଥିଲା । ତେବେ ଘଟଣାକୁ ଆଖି ଆଗରେ ରଖି ସେନା ପକ୍ଷରୁ  ମିଡିଆକୁ ଘଟଣାସ୍ଥଳକୁ ଯିବା ପାଇଁ ମନା କରି ଦେଇଥିବା କହିଛନ୍ତି ଆଶନ ଉଲ୍ହା ମିଆଖେଲ ।

ଟୁଇଟ୍‌ କରି, ପାକିସ୍ତାନର ରାଓ୍ଵଲପିଣ୍ଡିରେ ଥିବା ସେନା ଡ଼ାକ୍ତରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ୧୦ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର ରହିଛି । ସମସ୍ତ ଆହତଙ୍କୁ ଏବେ ଚିକିତ୍ସା ପାଇଁ ଜରୁରୀକାଳିନ ଓ୍ଵାର୍ଡକୁ ପଠାଇ ଦିଆ ଯାଇଥିବା ବେଳେ ଏହି ଘଟଣାକୁ ନେଇ କୌଣସି ଖବର ନ ଛାପିବାକୁ ସେନା ପକ୍ଷରୁ ମିଡିଆକୁ ମନା କରାଯାଇଛି ।

ସମ୍ବନ୍ଧିତ ଖବର