ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ: ଚୀନ୍‌କୁ ଆମେରିକା-ଫ୍ରାନ୍ସ-ବ୍ରିଟେନ୍‌ର ଚରମବାଣୀ

ଏପ୍ରିଲ୍‌ ୨୩ ସୁଦ୍ଧା ଆଭିମୁଖ୍ୟ ବଦଳାଇବାକୁ କହିଲେ

ନୂ୍ଆଦିଲ୍ଲୀ: ଜୈସ ମୁଖ୍ୟ ମସୁଦ୍‌ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘରେ ବାରମ୍ବାର ପ୍ରସ୍ତାବ ଆସିଥିଲେ ମଧ୍ୟ ଚୀନ୍‌ ନିଜର ଭି‌ଟୋ ପ୍ରୟୋଗ କରି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛି। ଲଗାତାର ଚତୁ୍‌ର୍ଥ ଥର ପାଇଁ ଚୀନ୍‌ ଗତ ମାର୍ଚ୍ଚ ୧୪ରେ ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ଫ୍ରାନ୍ସ, ବ୍ରିଟେନ୍‌ ଏବଂ ଆମେରିକା ଦ୍ବାରା ଆସିଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ମସୁଦ୍‌ ପ୍ରତି ନିଜର ଦରଦ ଦେଖାଇଥିଲା। ତେବେ ଆମେରିକା ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ମସୁଦ୍‌ ବିରୋଧରେ ଏକ ଦୃଢ଼ ସୁପାରିସ କରାଯାଇଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଆମେରିକା ଫ୍ରାନ୍ସ ଏବଂ ବ୍ରିଟେନ୍‌ ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗରେ ଏପ୍ରିଲ ୨୩ ତାରିଖ ଯାଏଁ ଚୀନ୍‌କୁ ସମୟ ଦେଇଛନ୍ତି। ଏହି ମାମଲାରେ ଚୀନ୍‌ ନିଜର ଆଭିମୁଖ୍ୟ ଏହି ସମୟ ମଧ୍ୟରେ ବଦଳାଉ ବୋଲି କୁହାଯାଇଛି। ଯଦି ଏପ୍ରିଲ ୨୩ ସୁଦ୍ଧା ଚୀନ୍‌ କିଛି ପଦ‌କ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଶେଷରେ ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗରେ ଏହାର ସୁପାରିସକୁ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର