ଦୁଇଜଣ ଲୋକ ଓ ଚଉଦଟି ଗୋରୁ ମାରିଥିବା ବାଘକୁ ଧରିବା ପାଇଁ ବନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ ବ୍ୟାପକ ତଲାସ

ବେଙ୍ଗାଲୁରୁ: ନିକଟରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାରିଥିବା ଗୋଟାଏ ବାଘକୁ ଧରିବା ନିମନ୍ତେ ବନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ କର୍ଣ୍ଣାଟକ ବନ ବିଭାଗ ବ୍ୟାପକ ତଲାସ ଆରମ୍ଭ କରିଛି। ୮୭୨ ବର୍ଗ ମାଇଲ୍‌ବିଶିଷ୍ଟ ଅରଣ୍ୟ ମଧ୍ୟରେ ବାଘକୁ ଖୋଜିବାକୁ ସେମାନେ ହାତୀମାନଙ୍କର ସହାୟତା ନେଉଥିବା କଥା ସଂରକ୍ଷଣର ନିର୍ଦେଶକ ଟି ବାଲଚନ୍ଦ୍ର କହିଛନ୍ତି। ତାକୁ ଟ୍ରାଙ୍କ୍ୟୁଲାଇଜ୍‌ କରାଯାଇ ଧରାଯିବ।

ଗତବର୍ଷ ମହାରାଷ୍ଟ୍ରରେ ଅବନୀ ନାମ୍ନା ବାଘୁଣୀକୁ ହତ୍ୟା କରିଥିବା କୁଖ୍ୟାତ ଶିକାରୀ ଶଫତ ଅଲି ଖାଁ ମଧ୍ୟ ଏଇ ବାଘଟିକୁ ମାରିବାକୁ ନିଜ ତରଫର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, ବନ ବିଭାଗ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି।

Representative Image

କର୍ଣ୍ଣାଟକର ଚାମରଞ୍ଜନଗର ଜିଲ୍ଲାରେ ଏଇ ବାଘଟି ୧୪ଟି ଗୋରୁ ମାରିଥିବା ଅଭିଯୋଗ ହୋଇଛି। ଯଦି ଟ୍ରାଙ୍କ୍ୟୁଲାଇଜ୍‌ କରିବା ସମ୍ଭବପର ନ ହୁଏ, ବାଘଟିକୁ ଗୁଳି ମାରି ହତ୍ୟା କରାଯିବ।

ବାଲଚନ୍ଦ୍ର କହନ୍ତି: ବାଘଟିକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବା ଆମ ପ୍ରାଥମିକ ଉଦ୍ଦେଶ୍ୟ, ଗୁଳି ମାରିବା ନୁହେଁ। ତାକୁ ଗୁଳି ମାରିବାକୁ ଆମେ ବ୍ୟଗ୍ର ନୋହୁଁ। ଜୀବନ୍ତ ଧରିବାକୁ ଚାହୁଁଛୁ।

ଗତ ସନ୍ଧ୍ୟା ସୁଦ୍ଧା ବନରକ୍ଷୀମାନେ ୧୦୦ଟି ଅତିରିକ୍ତ କ୍ୟାମେରା ଟ୍ରାପ୍‌ ବସାଇଛନ୍ତି। ଗୁରୁବାର ଦିନ ମଧ୍ୟ ଆହୁରି ୫୦/୬୦ କ୍ୟାମେରା ଟ୍ରାପ୍‌ ବସାଇବାକୁ ତଲାସକାରୀ ପାର୍ଟି କହିଛି।

ସମ୍ବନ୍ଧିତ ଖବର