ମୋଦି ସରକାରଙ୍କ ମାତୃତ ଛୁଟି ସମ୍ବନ୍ଧିତ ନୂଆ ନିୟମ ହେତୁ ୧୮ଲକ୍ଷ ମହିଳା ଚାକିରି ହରାଇ ପାରନ୍ତି

ନୂଆଦିଲ୍ଲୀ: ଭାରତ ସରକାର ମହିଳାଙ୍କ କ୍ୟାରିୟରକୁ ଦୃଷ୍ଟିରେ ରଖି ଚାକିରି କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ମାତୃତ୍ୱ ଛୁଟି ସମ୍ବନ୍ଧିତ ନୂଆ ନିୟମର ଘୋଷଣା କରିଥିଲେ । କିନ୍ତୁ ଏହି ନିୟମର ବିପରୀତ ପ୍ରଭାବ ମହିଳାଙ୍କ କ୍ୟାରିୟର ଉପରେ ପଡ଼ିବ ବୋଲି ନିକଟରେ ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଯେହେତୁ ମହିଳାମାନେ ୨୬ ସପ୍ତାହ ଧରି ସବୈତନିକ ଛୁଟିରେ ରହିବେ ତେଣୁ ସେମାନଙ୍କୁ ଚାକିରି ଦେବାଲାଗି ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ଅନାଗ୍ରହୀ ହେବେ।

ଟିମଲିଜ ସର୍ଭିସେସ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି କି ମାତୃତ୍ୱ ଛୁଟି ସମ୍ବନ୍ଧିତ ନୂଆ ନିୟମ ଭାରତକୁ ପ୍ରଗତିଶୀଳ ଦେଶ ବନାଇଛି। କନ୍ନାଡା ଓ ନରେଓ୍ଵ ପରେ ଭାରତରେ ଅଧିକ ସଂଖ୍ୟକ ମହିଳା ଚାକିରି କରୁଛନ୍ତିି। କିନ୍ତୁ ଏହି ନିୟମ ଏବେ ସେମାନଙ୍କ ଚାକିରି ନେବାର କାରଣ ବନିପାରେ। ଫଳରେ ଦେଶରେ ପାଖାପାଖି ୧୮ଲକ୍ଷ ମହିଳାଙ୍କ ଚାକରି ହରାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ନୂଆ ନିୟମକୁ ନେଇ ମହିଳାଙ୍କୁ ଛୋଟ ବ୍ୟବସାୟିକ ସଂସ୍ଥାମାନେ ହତୋତ୍ସାହିତ କରିବେ । ଏଥିସହିତ ଷ୍ଟାର୍ଟଅପରେ ମଧ୍ୟ ମହିଳାଙ୍କ ଯୋଗଦାନ କମ ରହିପାରେ। ନୂଆ ନିୟମ ହେତୁ ୨୦୧୯ରେ ୧୦ଟି ସେକ୍ଟରରେ ପାଖାପାଖି ୧୧ଲକ୍ଷରୁ ୧୮ଲକ୍ଷ ମହିଳାମାନେ ସେମାନଙ୍କ ଚାକିରି ହରାଇ ପାରନ୍ତି।

ଗତବର୍ଷ ମୋଦି ସରକାର ସଙ୍ଗଠିତ କ୍ଷେତ୍ରରେ କାମ କରିବାକୁ ଆସୁଥିବା ମହିଳାଙ୍କ ପାଇଁ ମାତୃତ୍ୱ ଛୁଟି ସମ୍ବନ୍ଧରେ ନୂଆ ନିୟମର ଘୋଷଣା କରିଥିଲେ। ଯେଉଁଥିରେ ୧୨ ସପ୍ତାହ ପରିବର୍ତ୍ତେ ମାତୃତ୍ୱ ଛୁଟିକୁ ୨୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସର୍ଭେ ମୁତାବକ, ମ୍ୟାଟରନିଟି ନିୟମ ଲାଗୁ ହେବା ପରେ ଦେଶର ବଡ଼ ବଡ଼ କମ୍ପାନି ଓ ସଂସ୍ଥା ଏହାକୁ ଗ୍ରହଣ କରିବାକୁ ସକ୍ଷମତା ପ୍ରଦର୍ଶନ କରିବା ବେଳେ ଛୋଟ ସଂସ୍ଥା ଏହି ଆର୍ଥିକ ବୋଝକୁ ସହିବାକୁ ଅରାଜି ହେବେ।

ସମ୍ବନ୍ଧିତ ଖବର