ଭଲ ବର ଖୋଜିବାରେ ବିଫଳ ହେବାରୁ ୫୦ହଜାର ଟଙ୍କା ଫେରାଇବ ମାଟ୍ରିମୋନିଆଲ କମ୍ପାନି

ମୋହାନୀ : ଆଜିକାଲି ବିବାହ ପାଇଁ ପୁଅ ବା ଝିଅ ମିଳିବା କଷ୍ଟକର ହୋଇ ପଡ଼ିଥିବା ବେଳେ ଅନେକ ମାଟ୍ରିମୋନିଆଲ କମ୍ପାନି ଏ ନେଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ପୁଅ ବା ଝିଅର ସମସ୍ତ ବିବରଣୀ ନେବା ପରେ ସେମାନେ ନିଜର େଓ୍ଵବ୍‌ସାଇଟ୍‌ ଜରିଆରେ ଲୋକଙ୍କୁ ଉପଯୁକ୍ତ ବୋହୂ ବା ଜ୍ୱାଇ ଖୋଜି ଦେଉଛନ୍ତି । କିନ୍ତୁ ବେଳେ ବେଳେ ଲୋକେ ମାଟ୍ରିମୋନିଆଲ ସାଇଟ୍‌ର ସହାୟତା ନେଇ ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ । ଏବେ ଏକ ମାଟ୍ରିମୋନିଆଲ ସାଇଟ୍‌ ଭଲ ବର ଖୋଜି ନ ପାରିବାରୁ ନେଇଥିବା ୫୦ହଜାର ଟଙ୍କା ଫେରାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ମୋହାନୀରେ ରହୁଥିବା ସୁରେନ୍ଦ୍ର ପାଲ ସିଂହଙ୍କ କହିବା ଅନୁଯାୟୀ, ୨୦୧୭ରେ ନିଜ ଡାକ୍ତର ଝିଅର ବିବାହ ପାଇଁ ସେ ଖବରକାଗଜରେ ଉପଯୁକ୍ତ ବର ଖୋଜିବା ନେଇ ବିଜ୍ଞାପନ ଦେଇଥିଲେ । ଯାହା ପରେ େଓ୍ଵଡିଙ୍ଗ ବିଶେଷ ନାମକ ଏକ ମାଟ୍ରିମୋନିଆଲ କମ୍ପାନି ତାଙ୍କୁ ସଂପର୍କ କରିଥିଲା । କମ୍ପାନି ପକ୍ଷରୁ କରାଯାଉଥିବା ଦାବି ଉପରେ ଖୁସି ହୋଇ ୫୦ହଜାର ଟଙ୍କା ଦେବା ସହ ଚୁକ୍ତିନାମାରେ ହସ୍ତାକ୍ଷର କରିଥିଲେ ସୁରେନ୍ଦ୍ର ପାଲ । ୯ମାସ ମଧ୍ୟରେ ଭଲ ବର ଖୋଜିଦେବା ପାଇଁ କହିଥିଲେ ମଧ୍ୟ କମ୍ପାନି ନିଜର ପ୍ରତିଶ୍ରୁତି ରକ୍ଷା କରି ପାରି ନଥିଲା । ଯାହା ପରେ ସୁରେନ୍ଦ୍ର ପାଲ ହୋଇଥିବା ଚୁକ୍ତିକୁ ସମାପ୍ତ କରିବା ସହ ସୁଧ ସମେତ ଦେଇଥିବା ଟଙ୍କା ମାଗିଥିଲେ । କିନ୍ତୁ ଶତ ପ୍ରତିଶତ ଆଶ୍ୱାସନା ବିନା ହିଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା ବୋଲି ମାଟ୍ରିମୋନିଆଲ କମ୍ପାନି ଜବାବ ରଖିଥିଲା ।

दूल्हे के साथ ये प्रोफाइल मेल नहीं हो पाई
oneindia.com

ଏ ନେଇ ଜିଲ୍ଲା ଉପଭୋକ୍ତା ଫୋରମ୍‌ରେ ଅଭିଯୋଗ ହେବା ପରେ ଦୁଇ ପକ୍ଷର କଥା ଶୁଣି, ଏ ସବୁ ପାଇଁ ସୁରେନ୍ଦ୍ର ପାଲଙ୍କ ସମୟ ନଷ୍ଟ ହେବା ସହ ତାଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ମିଳିଛି । ମାଟ୍ରିମୋନିଆଲ କମ୍ପାନୀ ହୋଇ ମଧ୍ୟ ସେ ଭଲ ବର ଖୋଜିବାରେ ବିଫଳ ହେବା ସହ ନିଜର ସେବା ଯୋଗାଇବାରେ ମଧ୍ୟ ବିଫଳ ହୋଇଛନ୍ତି । ଯାହା ପାଇଁ ସେପ୍ଟେମ୍ବର ୨୬, ୨୦୧୭ଠାରୁ କମ୍ପାନିକୁ ସୁଧ ସହ ୫୦ହଜାର ଟଙ୍କା ଫେରାଇବାକୁ ହେବ ବୋଲି ଜିଲ୍ଲା ଉପଭୋକ୍ତା ଫୋରମ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର