ଭାଇଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଲେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଆଜି ବିଜେପି ଉପରେ ବର୍ଷିଛନ୍ତି | ନିଜ ଭାଇ ତଥା ବିଏସପି(ବହୁଜନ ସମାଜ ପାର୍ଟି)ର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଉପରେ ଆୟକର ବିଭାଗର ଚଢ଼ାଉ ପରେ ମାୟାବତୀ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ | ଗୁରୁବାର ରାତିରେ ଆୟକର ବିଭାଗ ତାଙ୍କ ଭାଇଙ୍କ ଘରେ ଚଢ଼ାଉ କରି ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା | ମାୟାବତୀ କହିଛନ୍ତି ଯେ ବିଜେପି ତାଙ୍କ ଭାଇଙ୍କ ବିରୋଧରେ ଷଡଯନ୍ତ୍ର କରିଛି |

HR Katha

ସେ କହିଛନ୍ତି ଯେ ତାଙ୍କ ଭାଇଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବାବେଳେ ବିଜେପି ଏହାର ଯୋଜନା ପ୍ରସ୍ତୁତ କରିଛି | ମାୟା କହିଛନ୍ତି ଯେ ବିଜେପି ହେଉଛି ଏଭଳି ଏକ ଦଳ ଯିଏ କି ଦଳିତ, ଗରିବ ଓ କୃଷକଙ୍କୁ ହଇରାଣ କରିବାରେ ସବୁଠାରୁ ଆଗରେ ରହିଛି | ତେବେ ତାଙ୍କ ଭାଇଙ୍କୁ ହଇରାଣ କଲେ ବି ସେ ଭୟଭୀତ ହେବେ ନାହିଁ ବୋଲି ମାୟା କହିଛନ୍ତି | ଧନୀ ମାନଙ୍କୁ ବିଜେପି ସୁରକ୍ଷା ଦେଉଥିବାବେଳେ ଦଳିତ ପରିବାର ଓ ଆଦିବାସୀମାନଙ୍କୁ ଆଗକୁ ବଢ଼ୁଥିବାର ବିଜେପି ଦେଖିପାରେ ନାହିଁ ବୋଲି ମାୟା କହିଛନ୍ତି |

ସେହିପରି ଅନ୍ୟ ଉପରେ ଚଢ଼ାଉ କରିବା ପୂର୍ବରୁ ନିଜ ଦଳର ନେତାଙ୍କ ସମ୍ପତ୍ତି ଉପରେ ଥରେ ଯାଞ୍ଚ କରାଯାଉ ବୋଲି ମାୟା ବିଜେପିକୁ କହିଛନ୍ତି | ନିର୍ବାଚନ ମଇଦାନକୁ ଆସିବା ପୂର୍ବରୁ କେତେ ସମ୍ପତ୍ତି ଥିଲା ଓ ପରେ ତାହା କେତେ ହୋଇଛି ତାହାକୁ ତର୍ଜମା କରିବାକୁ ମାୟା ଯୁକ୍ତି ବାଢ଼ିଛନ୍ତି |

ସମ୍ବନ୍ଧିତ ଖବର

Comments are closed.