ମହାମେଣ୍ଟକୁ ପୁଣି ଝଟ୍‌କା ଦେଲେ ମାୟାବତୀ

ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ନିଷ୍ପତ୍ତି କଂ‌େଗ୍ରସ୍‌କୁ ଶକ୍ତ ଝଟ୍‌କା ଦେଇଛି। ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏକାକୀ ନିର୍ବ‌ାଚନ ଲଢ଼ିବ। କଂଗ୍ରେସ ସହିତ ଏଠାରେ ମେଣ୍ଟ ହେବନାହିଁ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଭଳି କଂଗ୍ରେସ ମଧ୍ୟ ବିଏସ୍‌ପିକୁ ମୂଳୋତ୍ପାଟନ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ଉପରେ ମଧ୍ୟ ସେ ପ୍ରବଳ ବ‌ର୍ଷିଛନ୍ତି। ସେ କହିଛନ୍ତି ‌ଯେ ଦିଗ୍‌ବିଜୟଙ୍କ ଭଳି କଂଗ୍ରେସ ନେତା କେବେ ବି କଂଗ୍ରେସ-ବିଏସ୍‌ପି ମେଣ୍ଟ ଚାହାନ୍ତି ନାହିଁ। କଂଗ୍ରେସ ଦଳ ଏବେ ଅଧିକ ଅହଂକାରୀ ହୋଇ ଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର