ବିଏସ୍‌ପିକୁ କ୍ଷମା ମାଗୁ ବିଜେପି, ଆରଏସ୍‌ଏସ୍‌

ନୂଆଦିଲ୍ଲୀ: ଗୁଜରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଉଦ୍‌ଘାଟନକୁ ନେଇ ଆଜି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଏସ୍‌୍‌ପି ସୁପ୍ରିମୋ ମାୟାବତୀ। ସେ କହିଛନ୍ତି ଯେ ୟୁପିରେ ବିଏସ୍‌୍‌ପି ସରକାର ସମୟରେ ଯେଉଁ ମହାନ ନେତାମାନଙ୍କ ପ୍ରତିମୂର୍ତ୍ତି ସରକାର ନିର୍ମାଣ କରିଥିଲେ ତାହାକୁ ବିଜେପି ବଦଖର୍ଚ୍ଚ ବୋଲି କହି ସରକାରଙ୍କୁ ସମାଲୋଚନା କରିଥିଲା। ଏବେ ପ୍ରାୟ ୩ ହଜାର କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିକୁ ନେଇ ସରକାର ବ୍ୟାପକ ପ୍ରଚାର ପ୍ରସାର ଚଳାଇଛନ୍ତି। ବିଏସ୍‌ପିର ପଦକ୍ଷେପକୁ ସମାଲୋଚନା କରିଥିବା ବିଜେପି ଏବଂ ଆର୍‌ଏସ୍‌ଏସ୍‌ ବିଏସ୍‌ପିକୁ କ୍ଷମା ମାଗନ୍ତୁ ବୋଲି ମାୟାବତୀ କହିଛନ୍ତି। ବାବାସାହେବ ଭୀମରାଓ ଆମ୍ବେଦକର, ଦଳିତ ନେତା କାଂଶୀରାମଙ୍କ ସମେତ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏକ ସ୍ମାରକ ପାର୍କରେ ସ୍ଥାପନ କରାଯିବା ପରେ ଏହାକୁ ଅର୍ଥ ବରବାଦ ବୋଲି ଦର୍ଶାଇ ବିଜେପି କଡ଼ା ସମାଲୋଚନା କରିଥିଲା ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧିତ ଖବର