‘୧୫ କୋଟିରେ ଟିକେଟ ବିକୁଛନ୍ତି ମାୟାବତୀ’

ସୁଲତାନପୁର (ୟୁପି): କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ମେନକା ଗାନ୍ଧୀ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟବତୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୁଲତାନପୁରରେ ଏକ ରାଲିରେ ଯୋଗଦେବାବେଳେ ମେନକା କହିଛନ୍ତି, ମାୟାବତୀ ଟିକେଟ ବିକ୍ରି କରୁଛନ୍ତି। ଟିକେଟ ପିଛା ୧୫ କୋଟି ଟଙ୍କା ସେ ଦାବି କରୁଛନ୍ତି। ମାୟାବତୀଙ୍କ ଦଳୀୟ ଲୋକେ ଏବଂ ପରିବାର ଲୋକେ ମଧ୍ୟ ମାୟାବତୀ ଗର୍ବର ସହିତ ଟଙ୍କା କିମ୍ବା ହୀରା ଗ୍ରହଣ କରୁଛନ୍ତି ବୋଲି କହୁଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଏହା କୁହାଯାଇଛି। ପ୍ରତ୍ୟେକ ଲୋକ ଜାଣନ୍ତି ମାୟାବତୀ ଟିକେଟ ବିକ୍ରି କରୁଛନ୍ତି। ମାୟାବତୀଙ୍କର ୭୭ଟି ଘର ରହିଛି ବୋଲି ମେନକା ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର