ହିନ୍ଦୁ ଧର୍ମ ଛାଡ଼ିବାକୁ ମାୟାବତୀଙ୍କ ଧମକ

ସଂଘ ପରିବାର ନୁସୁଧୁରିଲେ କଠୋର ପଦକ୍ଷେପ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ହିନ୍ଦୁ ଧର୍ମ ଛାଡ଼ିବାକୁ ଧମକ ଦେଇଛନ୍ତି। ସାମାଜିକ ଶାନ୍ତି, ସାଂପ୍ରଦାୟିକ ସଦ୍‌୍‌ଭାବ ରକ୍ଷା କ୍ଷେତ୍ରରେ ବିଜେପି, ସଂଘ ପରିବାର ଏବଂ ସଙ୍କରାଚାର୍ଯ୍ୟ ଯଦି ବିଫଳ ହୁଅନ୍ତି ତା’ହେଲେ ସେ ଏ ବାବଦରେ କଠୋର ପଦକ୍ଷେପ ଗ୍ରହଣ କରିବେ ଏବଂ ନିଜ ସମର୍ଥକଙ୍କ ସହ ହିନ୍ଦୁ ଧର୍ମ ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ମାୟାବତୀ କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି ମାୟାବତୀ କହିଛନ୍ତି ଯେ ଯୋଗୀ ଏବେ କେବଳ ମନ୍ଦିରରେ ପୂଜାର୍ଚନାରେ ବ୍ୟସ୍ତ ରହିଛନ୍ତି ଏବଂ ରାଜ୍ୟର ବିକାଶ କାର୍ଯ୍ୟ ପାଇଁ ତାଙ୍କୁ ଫୁରୁସତ ନାହିଁ। ଆଜମଗଡ଼ରେ ବିଏସ୍‌ପି କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀରେ ଆଜି ମାୟାବତୀ ତାଙ୍କ ଆଭିମୁଖ୍ୟ ଘୋଷଣା କରିବା ସହ ବିଜେପିକୁ ତା’ର କାର୍ଯ୍ୟଶୈଳିରେ ପରିବର୍ତ୍ତନ ଆଣିବାକୁ ଚେତାଇ ଦେଇଛନ୍ତି। ବିମୁଦ୍ରାକରଣ ଏବଂ ଜିଏସ୍‌୍‌ଟି ଦେଶର ଅର୍ଥନୀତିକୁ ବରବାଦ କରିଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧିତ ଖବର