ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଗାମୀ ଲୋକସଭା ପାଇଁ ଏସପି-ବିଏସପି ମେଣ୍ଟ, ଘୋଷଣା କଲେ ମାୟାବତୀ,ଅଖିଳେଶ

ଲକ୍ଷ୍ନୌ: ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ମାୟାବତୀଙ୍କ ପାର୍ଟି ବହୁଜନ ସମାଜ ପାର୍ଟି ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହେବ। କଂଗ୍ରେସ ଦ୍ୱାରା ପ୍ରସ୍ତାବିତ ମହାମେଣ୍ଟ ପୂର୍ବରୁ ଉତ୍ତରପ୍ରଦେଶରେ ଏସପି- ବିଏସପି ମେଣ୍ଟ କରିବାକୁ ଉଭୟ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତିି ନେଇଛନ୍ତି।

ଆଜି ଲକ୍ଷ୍ନୌଠାରେ ଆୟୋଜିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଓ ଅଖିଳେଶ ଯାଦବ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଏସପି-ବିଏସପି ମହାମେଣ୍ଟର ସାମିଲ ହେବେ ନାହିଁ। ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏସ ପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବେ। ସେହିପରି ୨ଟି ଆସନ ଅନ୍ୟ ସହଯୋଗୀମାନଙ୍କ ପାଇଁ ବର୍ତ୍ତମାନ ଉନ୍ମୁକ୍ତ ରଖାଯାଇଛି। ସେହିପରି ଆମେଥି ଓ ରାଏବରେଲିରେ ଏସପି- ବିଏସପି ମେଣ୍ଟ ପ୍ରାର୍ଥୀ ଦେବ ନାହିଁ। ଏହି ଦୁଇଟି ଆସନରେ ଦଳ କଂଗ୍ରେସ ସହିତ ମେଣ୍ଟ ହୋଇ ନ ଥିଲେ ମଧ୍ୟ , କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲିି ଆଜି ଉଭୟ ନେତା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ପରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ସମସ୍ତ ଲୋକସଭା ଓ ବିଧାନସଭା ଆସନ ଉପନିର୍ବାଚନରେ ଏସପି-ବିଏସପି ମେଣ୍ଟ କରି ଶାସକ ବିଜେପି ସମସ୍ତ ଆସନରେ ପରାସ୍ତ କରିଥିଲେ। ତେଣୁ ସେ ଦୃଷ୍ଟିକୋଣରୁ ଜାତୀୟ ରାଜନୀତିରେ ଏସପି-ବିଏସପି ମେଣ୍ଟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର