କଂଗ୍ରେସର ନ୍ୟାୟ ଯୋଜନା କେବଳ ଭୋଟ୍‌ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ: ମାୟାବତୀ

ନୂଆଦିଲ୍ଲୀ:ବିଏସପି ସୁପ୍ରିମୋ ମାୟାବତୀ କଂଗ୍ରେସର ନ୍ୟାୟ ଯୋଜନା ଉପରେ ତୀବ୍ର ପ୍ରତିକ୍ରିୟା କରି କହିଛନ୍ତି ସେ ତା’ଠାରୁ ଭଲ ବିକଳ୍ପ ଦେଇ ପାରିବେ। ମାୟାବତୀ ଉତ୍ତରପ୍ରଦେଶର ମଉରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦେଶର ଗରିବ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି କଂଗ୍ରେସ ପାର୍ଟି ସେମାନଙ୍କୁ ମାସିକ ୬୦ଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ଦେଶରୁ ଦାରିଦ୍ର୍ୟ ହଟାଇବା ଲାଗି ଏକ ଉପଯୁକ୍ତ ମାର୍ଗ ନୁହେଁ। କଂଗ୍ରେସର ଏହି ଯୋଜନା ବଦଳରେ ମାୟାବତୀ ଗରିବମାନଙ୍କ ପାଇଁ ଅନ୍ୟ ବିକଳ୍ପ ରଖିଥିବା କଥା କହିଛନ୍ତି।

ମାୟାବତୀ କହିଛନ୍ତି ଯେ ଯଦି ତାଙ୍କୁ କେନ୍ଦ୍ରରେ ସରକାର ଗଢିବାର ସୁଯୋଗ ମିଳେ,ତେବେ ସେ ଗରିବଙ୍କୁ ମାସିକ ଛଅ ହଜାର ଟଙ୍କା ଦେବା ପରିବର୍ତ୍ତେ ପ୍ରତି ଗରିବ ପରିବାରର ଲୋକମାନଙ୍କୁ ସରକାରୀ ବା ବେସରକାରୀ ସଂସ୍ଥାରେ ନିୟମିତ ଚାକିରି ଦେବା ଲାଗି ବନ୍ଦୋବସ୍ତ କରିବେ। ସେ କହିଛନ୍ତି ଯେ କଂଗ୍ରେସର ନ୍ୟାୟ ଯୋଜନା କେବଳ ଭୋଟ୍‌ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ।

ସମ୍ବନ୍ଧିତ ଖବର