ଯଦି ଭଗବାନ ରାମଙ୍କ ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ? ପ୍ରଶ୍ନ କଲେ ବିଏସପି ନେତ୍ରୀ ମାୟାବତୀ

ନୂଆଦିଲ୍ଲୀ : ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଏବେ ନିଜ ମୂର୍ତ୍ତି ତିଆରି କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦଳିତ ମୁଖ୍ୟମାନଙ୍କର ତିଆରି କରାଯାଇଥିବା ପ୍ରତିମୂର୍ତ୍ତି ସହିତ ନିଜର ମୂର୍ତ୍ତି ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଥିବା ଟଙ୍କାକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିବା ବେଳେ ଏହାର ଜବାବ ରଖିଛନ୍ତି ମୟାବତୀ ।

oneindia.com

ଯଦି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ୨୨୧ଫୁଟର ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ ବୋଲି କହିଛନ୍ତି ମାୟାବତୀ । ଏ ଦେଶରେ ମୂର୍ତ୍ତି ତିଆରି କରିବାର ପରମ୍ପରା ଅତି ପୁରୁଣା । କଂଗ୍ରେସର ଶାସନ କାଳରେ ଜବାହାରଲାଲ ନେହେରୁ, ରାଜୀବ ଗାନ୍ଧୀ, ପିଭି ନରସିଂହା ରାଓଙ୍କର ମୂର୍ତ୍ତି ତିଆରି କରାଯାଇଥିଲା, ଯାହା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ସେତେବେଳେ କେହି ସରକାରଙ୍କର ଏଭଳି କାମ ଉପରେ ପ୍ରଶ୍ନ ଉଠାଇ ନଥିଲେ ଏବଂ ସୁପ୍ରିମ କୋର୍ଟରେ ମଧ୍ୟ ଅଭିଯୋଗ କରି ନଥିଲେ । ତେବେ ଏବେ କାହିଁକି ଉଠାଉଛନ୍ତି । ମୁଁ ମୋ ସାରା ଜୀବନ ଦଳିତମାନଙ୍କ ସେବାରେ ବିତାଇ ଦେଇଛି । ଏଥି ପାଇଁ ମୁଁ ବିବାହ କରି ନାହିଁ । ସେ ହିସାବରେ ମୋର ମଧ୍ୟ ମୂର୍ତ୍ତି ତିଆରି ହେବା ଦରକାର ବୋଲି କହିଛନ୍ତି ମୟାବତୀ ।

ସମ୍ବନ୍ଧିତ ଖବର