ସପା ସହ ଗଠବନ୍ଧନ ଭାଙ୍ଗିବାକୁ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ପରେ ବହୁଜନ ସମାଜ ପାର୍ଟି (ବିଏସପି) ସମାଜବାଦୀ ପାର୍ଟି (ସପା) ସହ ଗଠବନ୍ଧନ ଭାଙ୍ଗିବାକୁ ଘୋଷଣା କରିଛି | ବିଏସପି ସୁପ୍ରିମୋ ମାୟାବତୀ ଅଖିଳେଶଙ୍କ ସହ ଥିବା ସମ୍ପର୍କ ଭାଙ୍ଗିବା ନେଇ ଘୋଷଣା କରିଛନ୍ତି | ମାୟାବତୀ ସମାଜବାଦୀ ପାର୍ଟି ଉପରେ ଆକ୍ଷେପ କରି କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ସପାର ବ୍ୟବହାର ଦେଖି ଏହା ଲାଗୁଛି ଯେ ବିଜେପିକୁ ଭବିଷ୍ୟତରେ ହରାଇପାରିବ ନାହିଁ |

PHOTO-ONEINDIA

ଏହା ସହ ଆଗାମୀ ସବୁ ନିର୍ବାଚନରେ ବିଏସପି ଏକୁଟିଆ ଲଢ଼ିବ ବୋଲି ମାୟା କହିଛନ୍ତି | ବଡ କଥା ଉତ୍ତରପ୍ରଦେଶ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଏହି ଦୁଇ ଦଳର ମେଣ୍ଟ ମାତ୍ର ୬ ମାସରେ ଭାଙ୍ଗିଯାଇଛି |

ମାୟାବତୀ କହିଛନ୍ତି ଯେ ବିଏସପିର ସର୍ବଭାରତୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ନିଆଯାଇଛି | ସେ ଟ୍ୱିଟରରେ ଲେଖିଛନ୍ତି ଯେ ୨୦୧୨-୧୭ ମସିହା ମଧ୍ୟରେ ସମାଜବାଦୀ ସରକାର ବିଏସପି ବିରୋଧୀ ନିଷ୍ପତ୍ତି ନେଇଥିଲା ତଥାପି ସପା ସହ ଗଠବନ୍ଧନ ଧର୍ମକୁ ପାଳନ କରାଯାଇଥିଲା |

ସମ୍ବନ୍ଧିତ ଖବର