ମୁଲାୟମଙ୍କ ଉପରୁ ୧୯୯୫ ରାଜ୍ୟ ଗେଷ୍ଟ୍‍ ହାଉସ୍‌ ମାମଲା ପ୍ରତ୍ୟାହାର କରିନେବେ ମାୟାବତୀ

ଲକ୍ଷ୍ନୌ: ସମାଜବାଦୀ ନେତା ମୁଲାୟମ ସିଂହଙ୍କ ନାମରେ କରାଯାଇଥିବା ୧୯୯୫ ମସିହାର ରାଜ୍ୟ ଅତିଥି ଭବନ ଘଟଣା ମାମଲାକୁ ପ୍ରତ୍ୟାହାର କରିନେବାକୁ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟବତୀ ସ୍ଥିର କରିଛନ୍ତି।

ବିଏସ୍‌ପି ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ନିଶ୍ଚିତ କରି କହିଛନ୍ତି ଯେ ତାଙ୍କ ଦଳର ମୁଖ୍ୟ ମାମଲା ପ୍ରତ୍ୟାହାର ନିମନ୍ତେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ କୌଣସି ସବିଶେଷ ବିବରଣୀ ଦେଇ ନାହାନ୍ତି।

ସମାଜବାଦୀ ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଛନ୍ତି, ଏ ଯାବତ୍‌ ମୁଁ ଏ କଥା ଜାଣିନାହିଁ। ଜାଣିବା ପରେ ଯାହା କିଛି କହିବି।
ଅନ୍ୟ ଜଣେ ବିଏସ୍‌ପି ନେତା କହିଛନ୍ତି, ମାମଲାଟି ଏବେ ମଧ୍ୟ ସୁପ୍ରିମ୍‌ କୋର୍ଟରେ ପଡ଼ି ରହିଛି।

Image Source: India Today

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଗୁରୁବାର ଦିନ ମାୟାବତୀ କର୍ମୀମାନଙ୍କ ବୈଠକରେ କହିଥିଲେ ଯେ ବାପାଙ୍କ ବିରୋଧରେ ଥିବା ଏହି ୨୪ ବର୍ଷ ପୁରୁଣା ମାମଲାଟିକୁ ଫେରାଇ ନେବା ପାଇଁ ତାଙ୍କୁ ଅଖିଳେଶ ଯାଦବ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କହିଥିଲେ।

ଦଳର ରାଜ୍ୟସଭା ସାଂସଦ ସତୀଶ ମିଶ୍ରଙ୍କୁ ଏ ସଂକ୍ରାନ୍ତରେ ବୁଝାବୁଝି କରିବାକୁ ସେ କହିଥିବା କଥା କହିଛନ୍ତି।

ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ମେଣ୍ଟ ସରକାର କ୍ଷମତାରେ ଥିବାବେଳେ ୧୯୯୫ ମସିହା ଜୁନ୍‌ ୨ ତାରିଖରେ ଏହା ଘଟିଥିଲା। ମାୟବଦୀ ଏବଂ ବିଏସ୍‌ପି ବିଧାୟକମାନେ ରାଜ୍ୟ ଅତିଥି ଭବନରେ ଥିବାବେଳେ ସମାଜବାଦୀ ନେତାମାନେ ସେଠାରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ସେମାନେ କୋଠରି ମଧ୍ୟରେ ପଶି କବାଟକିଳି ରହିଥିଲେ। କେତେ ଘଣ୍ଟା ପରେ ବିଜେପି ନେତାମାନେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କ ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର