ମେୟର ପ୍ରାର୍ଥୀଙ୍କ ହତ୍ୟା ଘଟଣା:ସହରର ସବୁ ପୁଲିସ୍‌ ଗିରଫ

ମେକ୍ସିକୋ ସିଟି: ଜଣେ ମେୟର ପ୍ରାର୍ଥୀଙ୍କ ହତ୍ୟା ଘଟଣାରେ ଆଜି ମେକ୍ସିକୋର ଓକାମ୍ପୋ ସହରର ସବୁ ପୁଲିସ୍‌ ଗିରଫ ହେବା ଘଟଣା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଫର୍ଣ୍ଣାଡୋ ଏଞ୍ଜୋଲେସ୍‌ ହୁଆଏଜ(୬୪)ଙ୍କୁ ଗତ ଗୁରୁବାର କିଛି ଅଜ୍ଞାତ ଲୋକ ପିଟିପିଟି ମାରି ଦେଇଥିଲେ। ସୋମବାର ଏହି ଘଟଣାରେ ଓକାମ୍ପୋ ସହରର ୨୮ ଜଣ ପ୍ରମୁଖ ପୁଲିସ ଅଧିକାରୀଙ୍କ ସମେତ ଜନ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଗିରଫ କରିନିଆଯାଇଛି। ଜୁଲାଇ ପହିଲାରେ ଏଠାରେ ସାଧାରଣ ନିର୍ବାଚନ ଥିବା ବେଳେ ରାଜନୀତି ସହ ସଂପୃକ୍ତ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର