ଚର୍ଚ୍ଚାରେ ଥାଳି ଗ୍ୟାଙ୍ଗ୍‌: ଦୁଷ୍କର୍ମକାରୀଙ୍କ ଘର ଆଗରେ ଥାଳି ପିଟିବ ଏହି ଗ୍ୟାଙ୍ଗ, ଏଭଳି ଭାବରେ ନେବ ଦୁଷ୍କର୍ମର ପ୍ରତିଶୋଧ…

ମିରଟ: ଗୁଲାବି ଗ୍ୟାଙ୍ଗ ବିଷୟରେ ତ ଆପଣମାନେ ଜାଣିଥିବେ ଏବଂ ଏହା ମଧ୍ୟ ଜାଣିଥିବେ ଏହି ଗ୍ୟାଙ୍ଗର କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଏକ ବଲିଉଡ୍‌ ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି । ଠିକ୍‌ ସେହିଭଳି ଅନ୍ୟ ଏକ ଗ୍ୟାଙ୍ଗ ମିରଟର ଛାତ୍ରୀମାନେ ସୃଷ୍ଟି କରିଛନ୍ତି । ଯାହାର ନାମ ରଖା ଯାଇଛି ଥାଳି ଗ୍ୟାଙ୍ଗ । ଦେଶରେ ଦିନକୁ ଦିନ ଦୁଷ୍କର୍ମର ସଂଖ୍ୟା ବଢ଼ୁଥିବାରୁ ମିରଟର ଛାତ୍ରୀମାନେ ଏହି ଗ୍ୟାଙ୍ଗ୍‌ ଆରମ୍ଭ କରିବା ପାଇଁ ଭାବିଥିଲେ ବୋଲି ଜଣା ପଡ଼ିଛି । ଯଦି କେହି ଦୁଷ୍କର୍ମ କରେ ବା ଦୁଷ୍କର୍ମ ଉଦ୍ୟମ କରେ ତେବେ ଅଭିଯୁକ୍ତର ଘର ଆଗକୁ ଯାଇ ଥାଳି ବଜାଇବା ହେଉଛି ଏହି ଗ୍ୟାଙ୍ଗର କାମ । ଏହି ଗ୍ୟାଙ୍ଗ୍‌ରେ ବିଭିନ୍ନ କଲେଜର ଛାତ୍ରୀମାନେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରିବା ପରେ ମଧ୍ୟ ଦେଶରେ ମହିଳା ସୁରକ୍ଷିତ ହୋଇ ପାରି ନାହାନ୍ତି ।

Dailymotion

ସୁରକ୍ଷିତ ହେବା ପରିବର୍ତ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର ଏବଂ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଏହି ସବୁ ଅନ୍ୟାୟରୁ ନାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଆମେମାନେ ଏହି ଥାଳି ଗ୍ୟାଙ୍ଗ ଆରମ୍ଭ କରିଛୁ । ଏହି ଗ୍ୟାଙ୍ଗ୍‌ ଦୁଷ୍କର୍ମକାରୀଙ୍କ ଘର ଆଗରେ ଥାଳି ବାଡ଼େଇ ବିରୋଧ ପ୍ରଦର୍ଶନ କରିବ । ଯାହା ଦ୍ୱାରା ଲୋକଲଜ୍ଜାକୁ ଡ଼ରି ଲୋକମାନେ ଦୁଷ୍କର୍ମ ଭଳି ଅପରାଧ କରିବେ ନାହିଁ ବୋଲି ଗ୍ୟାଙ୍ଗ୍‌ ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର