କଶ୍ମୀରର ସର୍ବପ୍ରଥମ ଦିବ୍ୟାଙ୍ଗ ମହିଳା ବାସ୍କେଟବଲ୍‌ ଖେଳାଳି ଇସ୍‌ରାତ୍‌ ରସିଦ୍‌ ଖେଳିବେ ଅନ୍ତର୍ଜାତୀୟ ହ୍ଵିଇଲ୍‌ଚେୟାର ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ

ବାରାମୁଲ୍ଲା (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ମହିଳା ଦିବ୍ୟାଙ୍ଗ ବାସ୍କେଟବଲ୍‌ ଖେଳାଳି ଇସ୍‌ରାତ୍‌ ରସିଦ୍‌ ଆସନ୍ତା ମାସରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ହ୍ଵିଇଲ୍‌ଚେୟାର ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଯୋଗ୍ୟ ବିବେଚିତା ହୋଇଛନ୍ତି।

ନିଜ ଅଜଣାତରେ ନିଜ ଘରର ଛାତ ଉପରୁ ତଳକୁ ଖସିପଡ଼ି ମେରୁଦଣ୍ଡରେ ଆଘାତ ପାଇବା ପରେ ଇସ୍‌ରାତ୍‌ ଦିବ୍ୟାଙ୍ଗ ହୋଇ ଯାଇଥିଲେ। ଏହି ଦୁର୍ଘଟଣା ପରେ ଚାଲିବାର କ୍ଷମତା ହରାଇଥିବା ଇସ୍‌ରାତ୍‌ଙ୍କ ଜୀବନ ପରବର୍ତ୍ତୀ ସମୟରେ ଏକ ହ୍ଵିଇଲ୍‌ ଚେୟାର ଉପରେ ହିଁ ବିତୁଥିଲା। ତେବେ, ନିଜର ମନୋବଳକୁ ଦୃଢ଼ କରି ଇସ୍‌ରାତ୍‌ ସାରାଦିନ ହ୍ଵିଇଲ୍‌ ଚେୟାର ଉପରେ ବସିବସି ଖାଲିଟାରେ ସମୟ ବିତାଇବା ଅପେକ୍ଷା ବରଂ ହ୍ଵିଇଲ୍‌ ଚେୟାର ଉପରେ ବସି ବାସ୍କେଟବଲ୍‌ ଖେଳି ସମୟ ବିତାଇବାକୁ ଅଧିକ ପସନ୍ଦ କରିଥିଲେ। ପରେ, ତାଙ୍କ ଘର ନିକଟରେ ପ୍ରଶିକ୍ଷଣ ଦିଆଯାଉଥିବା ଏକ ହ୍ଵିଇଲ୍‌ଚେୟାର ବାସ୍କେଟବଲ୍‌ କ୍ଲବ୍‌ରେ ଯୋଗ ଦେଇଥିଲେ। ଏବଂ ନିଜର ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଯୋଗୁଁ ସେ ଖୁବ୍‌ ଶୀଘ୍ର ଜଣେ ଦକ୍ଷ ହ୍ଵିଇଲ୍‌ଚେୟାର ବାସ୍କେଟବଲ୍‌ ଖେଳାଳି ହୋଇ ପାରିଥିଲେ।

Kashmir Times

ତେବେ, ହ୍ଵିଇଲ୍‌ଚେୟାର ବାସ୍କେଟବଲ୍‌ରେ ସେ କେବେ ଯେ ଦିନେ ଦେଶକୁ ପ୍ରତିନିଧିତ୍ୱ କରିବେ ଏହା ତାଙ୍କର କଳ୍ପନାର ବାହାରେ ଥିଲା। ହେଲେ, ବର୍ତ୍ତମାନ ଅନ୍ତର୍ଜାତୀୟ ହ୍ଵିଇଲ୍‌ଚେୟାର ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିବାରୁ ସେ ବହୁତ ଖୁସି।

ସମ୍ବନ୍ଧିତ ଖବର