ଗ୍ଲିଟର ଆର୍ଟିଷ୍ଟ ହେବା ପାଇଁ ନିଜ ଚାକିରି ଛାଡ଼ିଥିଲେ ଏହି ପକିସ୍ତାନୀ ଦାନ୍ତ ଡ଼ାକ୍ତର, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାଙ୍କ ଚମତ୍କାର ଗ୍ଲିଟର ଆର୍ଟର ଫଟୋ

ନୂଆଦିଲ୍ଲୀ: ବେଳେ ବେଳେ ପରିସ୍ଥିତିରେ ପଡ଼ି କିଛି ଲୋକ ନିଜର ସ୍ୱପ୍ନକୁ ପୂରା କରି ପାରନ୍ତି ନାହିଁ । ନିଜର ସ୍ୱପ୍ନ କିଛି ଅଲଗା ଥିବା ବେଳେ ଲୋକମାନେ ଅନ୍ୟର ସ୍ୱପ୍ନ ପୂରା କରିବାରେ ଲାଗି ପଡ଼ିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକ ଜୀବନର ଅଧା ରାସ୍ତାରେ ନିଜ ସ୍ୱପ୍ନ ବିଷୟରେ ପୁଣି ଭାବିବା ସହ ତାକୁ ପୂରା କରିବା ପାଇଁ ଲାଗି ପଡ଼ିଥାନ୍ତି । ସେମିତି ଏକ ଘଟଣା ଘଟିଛି ପାକିସ୍ତାନରେ । ପେଶାରେ ଜଣେ ଦାନ୍ତ ଡ଼ାକ୍ତର ହୋଇଥିବା ସାରା ଶକିଲ ନିଜର ଅଧୁରା ରହିଥିବା ସ୍ୱପ୍ନକୁ ପୂରା କରିବା ପାଇଁ ଡ଼ାକ୍ତରୀ ଚାକିରି ଛାଡ଼ିଥିବା ଜଣା ପଡ଼ିଛି ।

Indiatimes.com

ଛୋଟବେଳୁ ସେ ଗ୍ଲିଟର ଆର୍ଟିଷ୍ଟ ହେବା ପାଇଁ ଚାହୁଁଥବା ବେଳେ ପରିବାର ପାଇଁ ସେ ଦାନ୍ତ ଡ଼ାକ୍ତର ହୋଇ ଯାଇଥିଲେ । କିନ୍ତୁ ଏବେ ସେ ନିଜର ସ୍ୱପ୍ନକୁ ସାକାର କରିବା ପଛରେ ଧାଇଁଥିବା ଜଣା ପଡ଼ିଛି । ଚାକିରି ଛାଡ଼ି ସେ ଗ୍ଲିଟର ଆର୍ଟିଷ୍ଟ ହିସାବାରେ ଅନେକ ନୂଆ ଜିନିଷକୁ ରୂପ ଦେଇଥିଲେ । ଯାହା ଫଟୋ ସେ ଇନ୍‌ଷ୍ଟାରେ ଛାଡ଼ିବା ପରେ ଏବେ ସେ ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଥିବା ଜଣା ପଡ଼ିଛି । ଇନ୍‌ଷ୍ଟାରେ ସେ ଭିନ୍ନ ଭିନ୍ନ ପ୍ରକାରର ଜିନିଷରେ ନିଜର ଖାସ୍‌ ଯାଦୁ କରିଥିବା ବେଳେ ତାହା ସମସ୍ତଙ୍କୁ ଆକର୍ଷିତ କରିବାରେ ଲାଗିଛି ।

ସମ୍ବନ୍ଧିତ ଖବର