ଚାପରେ ବଦଳିଲା ନିଷ୍ପତ୍ତି : ନୂଆଦିଲ୍ଲୀରେ କୋଣାର୍କ ନେଇ ଘମାେଘାଟ ଆଲୋଚନା

ଡିସେମ୍ବର ୧୦ରେ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ, ବିଶେଷଜ୍ଞଙ୍କ ତାଲିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବ କେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ବର : କୋଣାର୍କ ସୁରକ୍ଷା ସଂପର୍କିତ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା। ସିଧା ସିଧା ଖବର ମିଛ କହି ଉ଼ଡ଼ାଇ ଦେଇଥିଲେ। ୨୪ ଘଣ୍ଟା ପୂରିନି, ଆଜି ନୂଆଦିଲ୍ଲୀ ଶାସ୍ତ୍ରୀ ଭବନ ପରିସରରେ ଉଭୟ କେନ୍ଦ୍ର-ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ଓ କେନ୍ଦ୍ର ପେେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ପ୍ରସଙ୍ଗଟି ପୁଣି ନୂଆ ମୋଡ଼ ନେଇଛି।

ଦୀର୍ଘ ସମୟ ଧରି ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକ ପରେ କୋଣାର୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତିି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଛନ୍ତି, କୋଣାର୍କ ମନ୍ଦିର ସୁରକ୍ଷିତ ରହିଛି। କିନ୍ତୁ ଯେଉଁ ଉଦ୍‌ବେଗ ପ୍ରକାଶ ପାଇଛି, ତାହାକୁ କେନ୍ଦ୍ର ଗୁରୁତ୍ବ ଦେଉଛି। କୋଣାର୍କ ମନ୍ଦିର ସ˚ରକ୍ଷଣ ମୋଦୀ ସରକାରଙ୍କ ସର୍ବାଧିକ ପ୍ରାଥମିକତାରେ ରହିଛି। େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, େକାଣାର୍କ ଏକ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ମାରକୀ। ଏହାର ରକ୍ଷଣାବେକ୍ଷଣ, ସ୍ଥାୟିତ୍ବ ଓ ସୌନ୍ଦର୍ଯ୍ୟକରଣରେ ଉଚିତ ପଦକ୍ଷେପ ନେବା ଦିଗରେ କୌଣସି ବୁଝାମଣା କରାଯିବ ନାହିଁ। ଆସନ୍ତା ୧୦ ତାରିଖରେ େକନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମା ଓଡ଼ିଶା ଆସିବେ ଏବଂ ଭୁବନେଶ୍ବରରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଓ ଏଏସ୍‌ଆଇର ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଯିବ। ଚାରିଦିନ ପର୍ଯ୍ୟନ୍ତ ବୈଠକ ଚାଲିପାରେ, ମାତ୍ର ନିଷ୍କର୍ଷ ବାହାରିବ। କେବଳ ସେତିକି ନୁେହଁ, କୋଣାର୍କ ସୂର୍ଯ୍ୟ ମନ୍ଦିର ସଂକ୍ରାନ୍ତରେ ଗତ ଦିନରେ ହୋଇଥିବା ଆନ୍ତର୍ଜାତିକ କର୍ମଶାଳାର ନିଷ୍କର୍ଷ ତଥା ଆକ୍ସନ ଟେକେନ୍‌ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବାକୁ ମଧ୍ୟ େକନ୍ଦ୍ର ସରକାର ସମ୍ମତି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ବ ଐତିହ୍ୟ େକାଣାର୍କକୁ ନେଇ ‘ସମ୍ବାଦ’ରେ ଗତ କିଛି ଦିନ ଧରି ଲଗାତାର ରିେପାର୍ଟ ପ୍ରକାଶ ପାଇ ଆସୁଥିଲା। ଏ େନଇ ବିଧାନସଭାରେ ଆଲୋଚନା ପରେ ବାଚସ୍ପତି ତୁରନ୍ତ ହସ୍ତକ୍ଷେପ କରିବା ଲାଗି ରାଜ୍ୟ ସରକାରଙ୍କୁ ନିେର୍ଦଶ ଦେଇଥିଲେ। ସେପଟେ ହାଇକୋର୍ଟ ମଧ୍ୟ ଏ ପ୍ରସଙ୍ଗରେ ତନାଘନା ଆରମ୍ଭ କରିଛନ୍ତି।

ଏହି କ୍ରମରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ େହାଇଥିଲା। ଏହି ବୈଠକରେ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା; କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ରାଜ୍ୟ ସ˚ସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା; ସା˚ସଦ ପ୍ରସନ୍ନ ପାଟ୍ଟଶାଣୀ; ବିଧାୟକ ସମୀର ରଂଜନ ଦାସ; ସୁରେନ୍ଦ୍ର କୁମାର େସଠୀ; ଭାରତ ସରକାରଙ୍କ ସ˚ସ୍କୃତି ସଚିବ ଅରୁଣ ଗୋୟଲ; ଏଏସଆଇର ମହାନିର୍ଦେଶକ; ଏଏସଆଇ କର୍ତୃପକ୍ଷ; ରାଜ୍ୟ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ; ନିେର୍ଦଶକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିେଲ।

ବୈଠକ ପରେ େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, େକାଣାର୍କକୁ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ବରରେ େକନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ପ୍ରତିନିଧି, ରାଜ୍ୟ ସରକାରଙ୍କ ପ୍ରତିନିଧି, ବିେଶଷଜ୍ଞ ପ୍ରମୁଖ ସେଠାରେ ରହିେବ। ଯେଉଁସବୁ ପ୍ରସଙ୍ଗ ବିତର୍କରେ ଅଛି ଓ ଯେଉଁ ସବୁ ପ୍ରସ୍ତାବ ଆସିଛି, ସେ ନେଇ େସଠାରେ ଆେଲାଚନା କରାଯାଇ ଏକ େଠାସ୍ ପ୍ରସ୍ତାବ ଗ୍ରହଣ କରାଯିବ। ଏ େନଇ ଆଜିର ବୈଠକରେ ସହମତି େହାଇଛି।

େକନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପତ୍ର, େକନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା େକାଣାର୍କ େନଇ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି, ତାହାକୁ େନଇ ଆଜି ବୈଠକ େହାଇଥିଲା। ସ୍ଥିର େହାଇଛି, ଡିସେମ୍ବର ୧୦ ତାରିଖରେ ଭୁବନେଶ୍ବରରେ ଏକ ବୈଠକ କରାଯିବ। ଏଥିରେ େକନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିେଶଷଜ୍ଞ ରହିବେ। େକଉଁ କେଉଁ ବିେଶଷଜ୍ଞ ରହିବେ, େସମାନଙ୍କ ନାମ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି େଲଖାଯିବ। ବୈଠକ ଦୁଇରୁ ଚାରିଦିନ ପର୍ଯ୍ୟନ୍ତ ଚାଲିପାରେ। େକନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଅଧିକାରୀ ତଥା ବିେଶଷଜ୍ଞ େସଠାରେ ଉପସ୍ଥିତ ରହି ସମସ୍ତ ନିରାକରଣ ଦିଗରେ କାର୍ଯ୍ୟ କରିେବ।

ଶ୍ରୀ ଶର୍ମା ଆହୁରି କହିଥିଲେ, େକାଣାର୍କ ପ୍ରତି ଯେଭଳି ବିପଦ ଆଶଙ୍କା କରାଯାଉଛି, େସମିତି ନାହିଁ। ରୁର୍‌କି ରିପୋର୍ଟ ଏହା ସୂଚନା େଦଉଛି। ହେଲେ ଏହି ପ୍ରସଙ୍ଗରେ ଅଧିକ ମାନସମନ୍ଥନ ପାଇଁ ଭୁବନେଶ୍ବରରେ ଆେଲାଚନା େହବ। ଯଦି ବିେଶଷଜ୍ଞ େକାଣାର୍କ ନେଇ ଅଧିକ କିଛି ପରାମର୍ଶ ଦିଅନ୍ତି, େତବେ ତାକୁ ମଧ୍ୟ ଗ୍ରହଣ କରାଯିବ। ଯେହେତୁ େକାଣାର୍କ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟର ମାନ୍ୟତା ପାଇଛି, ଏଣୁ ଏହାର କୀର୍ତିରାଜିକୁ ସଂରକ୍ଷଣ କରିବାକୁ େକନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଏହି କୀର୍ତିରାଜିର ସଂରକ୍ଷଣ ପାଇଁ ନିେର୍ଦଶ େଦଇଛନ୍ତି େବାଲି ମନ୍ତ୍ରୀ ଗଣମାଧ୍ୟମକୁ କହିଥିେଲ।

ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, େକାଣାର୍କର ସ୍ଥାୟିତ୍ବ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଛି, େସ ନେଇ ଅଧିକ ଆଲୋଚନା କରିବା ଲାଗି ଆଜିର ବୈଠକ ଉଦ୍ଦିଷ୍ଟ ଥିଲା। ୧୯୯୭ ଓ୨୦୧୦ ରେ େକାଣାର୍କ ସଂକ୍ରାନ୍ତରେ େଯଉଁ ଆେଲାଚନା ଚକ୍ର ଅନୁଷ୍ଠିତ େହାଇଥିଲା ଓ େସ ଆଧାରରେ ଯେଉଁ ନିଷ୍ପତ୍ତି େହାଇଥିଲା, ତାହା େକନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସମସ୍ତ ରିେପାର୍ଟକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ରିେପାର୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ରର ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ରିେପାର୍ଟ ସେମାେନ ରାଜ୍ୟ ସରକାରଙ୍କୁ ପ୍ରଦାନ କରିେବ।

ଏହି ବୈଠକରେ ଡ ମହେଶ ଶର୍ମା ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପଡି ରହିଥିବା ଜମି ପ୍ରଦାନ କରିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସାମ୍‌ନାରେ ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ପୂର୍ବରୁ ଶ୍ରୀ ଶର୍ମା ଓ ଶ୍ରୀ ପ୍ରଧାନ ପତ୍ର ଲେଖି ସାରିଛନ୍ତି। ଏହି ଜମି ପ୍ରଦାନ ପ୍ରସଙ୍ଗକୁ ଶୀଘ୍ର କରିବାକୁ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର