ଡାକ୍ତରମାନଙ୍କ ସହ ହୋଇଥିବା ବୈଠକ ସଫଳ ହୋଇଛି: ମମତା

କୋଲକାତା: ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ସମସ୍ୟାର ଅନ୍ତଃ ଘଟିଲା। ବିରୋଧ ପ୍ରଦର୍ଶନ କରିଥିବା ଡାକ୍ତରମାନଙ୍କ ସହ ଘଣ୍ଟାଧିକ ବୈଠକ କରିବା ପରେ ଏହା ଏକ ସଫଳ ବୈଠକ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରି ମମତା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ଡାକ୍ତରମାନଙ୍କ ସହ ହୋଇଥିବା ବୈଠକ ସଫଳ ହୋଇଛି।

କେବଳ ମମତା ନୁହଁନ୍ତି, ବୈଠକ ଶେଷ ହେବା ପରେ ବିରୋଧ ପ୍ରଦର୍ଶନ କରି ଆସୁଥିବା ଡାକ୍ତରମାନେ ବି ସମାନ ମନ୍ତବ୍ୟ ଦେଇଛନ୍ତି। ମମତାଙ୍କ ସହ ହୋଇଥିବା ବୈଠକରେ ସେମାନେ ସନ୍ତୁଷ୍ଟ ବୋଲି ମତ ପ୍ରକାଶ କରିଛନ୍ତି।

ବୈଠକ ଶେଷ କରିବା ପରେ ମମତା ଡାକ୍ତରମାନଙ୍କୁ ଆହୁରି ବି କହିଛନ୍ତି ଯେ ‘ଯଦି ଏୟା ପରେ ବି ତୁମେ କୌଣସି ସମସ୍ୟା ସାମ୍ନା କର ତେବେ କାଳିଘାଟରେ ମୋ ପାଇଁ ଏକ ଚିଠି ଲେଖି ଛାଡ଼ି ଦବ। ମୁଁ ସେଠାରେ କାଳିଘାଟରେ ମୋର ଏକ ଅଫିସ୍‌ ଚଳାଏ।’

ସମ୍ବନ୍ଧିତ ଖବର