ଶିଲଙ୍ଗ୍: ମେଘାଳୟ ମୁଖ୍ୟମନ୍ତ୍ରୀ ଓ ନେସ୍ନାଲ୍ ପିପଲ୍ସ୍ ପାର୍ଟିର ନେତା କୋନାର୍ଦ ସାଙ୍ଗ୍ମା ଦକ୍ଷିଣ-ତୁରା ବିଧାନସଭା ଉପନିର୍ବାଚନ ଆସନରୁ ୮, ୪୦୦ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଚାର୍ଲୋଟ୍ ଡବ୍ଲୁ ମୋନିମ୍ଙ୍କ ଠାରୁ ସାଙ୍ଗମା ୮, ୪୦୦ ଭୋଟ୍ରେ ଜିଣିଛନ୍ତି।
ପ୍ରଥମ ରାଉଣ୍ଡ୍ ଗଣତି ପରେ ରାଣୀକୋର୍ ଆସନରୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ପି ମାର୍ଓ୍ଵିନ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନ୍ପିପି ପ୍ରାର୍ଥୀ ମାର୍ଟିନ୍ ଏମ୍ ଡାଙ୍ଗୋଙ୍କ ଠାରୁ ୧୦୦୦ ଭୋଟ୍ରେ ଆଗେଇଛନ୍ତି ବୋଲି ସିଇଓ କହିଛନ୍ତି।
ବିଧାନସଭାରୁ ଇସ୍ତଫା ଦେଇଥିବା ପୂର୍ବତନ କଂଗ୍ରେସ ବିଧାୟକ ମାର୍ଟିନ୍ ଏମ୍ ଡାଙ୍ଗୋ ହେଉଛନ୍ତି ଶାସକ ଏନ୍ପିପି ତରଫରୁ ରାଣୀକୋର୍ ଆସନର ପ୍ରାର୍ଥୀ।
ଦକ୍ଷିଣ-ତୁରାରେ ୭୨. ୮୭% ଭୋଟ୍ ଦାନ ହୋଇଥିବା ବେଳେ, ଅଗଷ୍ଟ ୨୩ ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ରାଣୀକୋରରେ ୮୩. ୦୨% ଭୋଟ୍ ଗ୍ରହଣ ହୋଇଛି। ଉଭୟ ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ୍ ଆର୍ ଖାର୍କୋଙ୍ଗର୍ କହିଛନ୍ତି।