ରକ୍ତପାତ ବନ୍ଦ କରି କଥାବାର୍ତ୍ତା କରିବାକୁ ମେହବୁବାଙ୍କ ଆହ୍ଵାନ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ହିଂସା ଓ ରକ୍ତପାତ ବନ୍ଦ କରି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି ବିଚ୍ଛିନ୍ନତାବାଦୀଙ୍କୁ ଆହ୍ଵାନ ଦେଇଛନ୍ତି। ଭାରତ-ପାକ୍‌ ଶାନ୍ତି କଥାବାର୍ତ୍ତା ଆଗକୁ ବଢ଼ାଇବା ନିମନ୍ତେ ବିଚ୍ଛିନ୍ନତାବାଦୀମାନେ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ମୁଫ୍‌୍‌ତି କହିଛନ୍ତି। ଭାରତ ସରକାର ନିଜ ଆଡ଼ୁ ଅସ୍ତ୍ରବିରତି ଲାଗୁ କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଚାହିଥିବା ବେଳେ ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ତାନ ସେନା ଏହାକୁ ଗ୍ରହଣ କରିନାହାନ୍ତି। ଏଭଳି ସ୍ଥିତିରେ ବିଚ୍ଛିନ୍ନତାବାଦୀମାନେ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବା ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି କରିବା ଜରୁରୀ ବୋଲି ମେହବୁବା କହିଛନ୍ତି।

ସମ୍ବନ୍ଧିତ ଖବର